କର୍ଣ୍ଣାଟକ: ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତଥା ଜେଡି (ଏସ୍)ର ମୁଖ୍ୟ ଏଚ୍ ଡି ଦେବ ଗୌଡା ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଵାକୁ ଯାଉଛନ୍ତି। ସେ କର୍ଣ୍ଣାଟକରୁ ଜୁନ୍ 19 ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଵୋଲି ତାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ନିଶ୍ଚିତ କରିଛନ୍ତି।
କୁମାର୍ ସ୍ୱାମୀଙ୍କ କହିବାନୁସାରେ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଅନ୍ୟ ଅନେକ ନେତା ଏବଂ ଦଳର ବିଧାୟକଙ୍କ ଅନୁରୋଧ ପରେ ଦେବ ଗୌଡା ଏହି ନିର୍ବାଚନ ଭିତରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ ସଂସଦର ଉପର ଗୃହ ପାଇଁ ନାମାଙ୍କନପତ୍ର ଦାଖଲ କରିବା ସହଜ ହୋଇନାହିଁ।