ଓଡିଶା

odisha

ETV Bharat / bharat

ବିଧାୟକ ଭୁଲିଗଲେ ସାମାଜିକ ଦୂରତା, ବିନା ମାସ୍କରେ ସମର୍ଥକଙ୍କ ସହ ମିଶି କାଟିଲେ କେକ୍

ବିଧାୟକ ଭୁଲିଗଲେ ସାମାଜିକ ଦୂରତା, ଭିଡିଓ ଭାଇରାଲ । ବିଧାୟକଙ୍କ ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ...

By

Published : Jun 9, 2020, 5:25 PM IST

Former MLA, Guddu Pandit was seen violating social distancing norms while cutting cake on a highway
ବିଧାୟକ ଭୁଲିଗଲେ ସାମାଜିକ ଦୁରତା , ବିନାମାସ୍କରେ ସମର୍ଥକଙ୍କ ସହ ମିଶି କାଟିଲେ କେକେ

ନୂଆଦିଲ୍ଲୀ: ବିଧାୟକ ଭୁଲିଗଲେ ସାମାଜିକ ଦୂରତା । ମାନିଲେନି କୋରୋନା ଗାଇଡଲାଉନ । ରାସ୍ତା ଉପରେ ସମର୍ଥକଙ୍କ ସହ ମିଶି କାଟିଲେ କେକ୍ । ଏଭଳି ଅଭିଯୋଗ ଉତ୍ତରପ୍ରଦେଶ ଦିବାଇର ପୂର୍ବତନ ବିଧାୟକ ଗୁଡ୍ଡୁ ପଣ୍ଡିତଙ୍କ ନାଁରେ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଧାୟକ ବିନା ମାସ୍କରେ ସମର୍ଥକଙ୍କ ସହ ମିଶି ଜାତୀୟ ରାଜପଥରେ କେକ କାଟୁଛନ୍ତି ।

ନୋଏଡା ପୋଲିସର ସୂଚନାଅନୁସାରେ, ପୂର୍ବତନ ବିଧାୟକ ଗୁଡ୍ଡୁ ପଣ୍ଡିତ ରାଜପଥରେ କେକ୍ କାଟିବାର ଭିଡିଓ ଭାଇରାଲ ହୋଇଥିଲା । ନୋଏଡା ପୋଲିସ ଜୋନ 3ର ଡିସିପି ରାଜେନ୍ଦ୍ର ସିଂ କହିଛନ୍ତି ଯେ, ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ, ପୂର୍ବତନ ବିଧାୟକ କହିଛନ୍ତି ଯେ,ସେ ଏକ କାର୍ଯ୍ୟକ୍ରମରୁ ଫେରୁ ଥିବାବେଳେ କିଛି ସମର୍ଥକ ତାଙ୍କ କାର ଆଗକୁ ଆସିଯାଇଥିଲେ । ସମର୍ଥକଙ୍କ ମଧ୍ୟରେ ଜଣଙ୍କର ଜନ୍ମଦିନ ଥିଲା । ଏବଂ ସେତେବେଳେକୁ ତାଙ୍କ କେକ କଟାଯାଇଥିଲା । ସେତେବେଳେ କୋରୋନାର ଭୟାବହତା ନେଇ ସମର୍ଥକମାନଙ୍କୁ ସାମାଜିକ ଦୂରତା ନେଇ ସଚେତନ କରିଥିଲି ।

ସୌଜନ୍ୟ @ANI

ABOUT THE AUTHOR

...view details