ପାଟନା: ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡିର) ବିଧାୟକ ଅବ୍ଦୁଲ ଗଫୁର। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅବ୍ଦୁଲ ଗଫୁର ଅନେକ ଦିନରୁ ଅସୁସ୍ଥ ଥିଲେ । ଅବ୍ଦୁଲ ଗଫୁର ସହରସାର ମହିଷୀରୁ ବିଧାୟକ ଥିଲେ ।
ବିହାର ପୂର୍ବତନ ମନ୍ତ୍ରୀ ଅବ୍ଦୁଲ ଗଫୁରଙ୍କ ଦେହାନ୍ତ - ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ବିଧାୟକ ଅବ୍ଦୁଲ ଗଫୁର
ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଧାୟକ ଅବ୍ଦୁଲ ଗଫୁର। ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ...

ସୂଚନା ଅନୁସାରେ ଆରଜେଡି ବିଧାୟକ ଅବ୍ଦୁଲ ଗଫୁର ଲିଭର କ୍ୟାନ୍ସରରେ ଦୀର୍ଘ ଦିନ ହେଲା ପୀଡିତ ଥିଲେ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ସେ ପାଟନା ଫେରିଥିଲେ । ମାତ୍ର ପୁଣିଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି କାରଣରୁ ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।
ଅବ୍ଦୁଲ ଗଫୁରଙ୍କ ଦେହାନ୍ତ ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଜଣେ ପ୍ରଖ୍ୟାତ ରାଜନେତା ଓ ପ୍ରସିଦ୍ଧ ସମାଜସେବୀ ଥିଲେ । ତାଙ୍କ ନିଧନରେ ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଥିବା କହିଛନ୍ତି ନୀତିଶ କୁମାର । ଏହାସହ ଅବ୍ଦୁଲ ଗଫୁରଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ସମ୍ପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିଛନ୍ତି ।