ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ରାଜନୀତି ପୂର୍ବାପେକ୍ଷା ଅଧିକ ମାତ୍ରାରେ ଉଗ୍ର ରୂପ ଧାରଣ କରିଛି । ସରକାର ଗଠନକୁ ନେଇ ଛାୟା ଯୁଦ୍ଧ ଜାରି ରହିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ରେସରୁ ପ୍ରଥମେ ହାତ ଟେକିଥିବା ବିଜେପି ଏବେ ପୁଣି ଥରେ କ୍ରିୟାଶୀଳ ହୋଇଛି । ବିଜେପି ମୁଣ୍ଡିଆଳ କ୍ଷମତା ଦଖଲ କରିବା ସହ ପୁଣିଥରେ ସିଏମ୍ ରେସ୍ ଟ୍ରାକକୁ ଫେରିବା ନେଇ ଆଭାସ ଦେଇଛନ୍ତି।
ମଙ୍ଗଳବାର ରାଜ୍ୟରା ରାଷ୍ଟ୍ରପତି ଶାସନ ଜାରି ହେଲା ପରେ ଘନଘନ ପ୍ରେସ୍ କନଫରେନ୍ସ, ତୁହାକୁ ତୁହା ବୟାନବାଜି, ସରକାର ଗଠନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି 4 ପ୍ରମୁଖ ଦାବିଦାର ଦଳ । ଏପରିସ୍ଥଳେ ବିଜେପି ସିଏମ୍ ରେସ୍ରେ ପୁଣି ଥରେ ସାମିଲ ହେବା ପାଇଁ ସଙ୍କେତ ଦେଇଛି । ଦଳର ବରିଷ୍ଠ ନେତାଙ୍କ ବୟାନ ହିଁ ଏହାକୁ ସ୍ପଷ୍ଚ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସୁଧୀର ମୁଙ୍ଗାତିଓ୍ଵାର, ନାରାୟଣ ରାଣେ ବଡ ବୟାନ ଦେଇଛନ୍ତି।