ମୁମ୍ବାଇ:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ଚିକିତ୍ସା ସହ ଆଇସୋଲେସନରେ ରହିଛନ୍ତି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଦଳୀୟ କର୍ମକର୍ତ୍ତା ତଥା ସମର୍ଥକଙ୍କୁ ମଧ୍ୟ କୋରୋନା ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । ସମସ୍ତଙ୍କୁ କୋରୋନା ଗାଇଡଲାଇନ ପାଳନ କରିବା ସହ ମାସ୍କ ସାମାଜିକ ଦୂରତା ପାଳନ କରିବା ପାଇଁ କହିଛନ୍ତି ଫଡନାଭିସ୍ ।