ଓଡିଶା

odisha

ETV Bharat / bharat

ସିଜେଆଇଙ୍କ ବିରୁଦ୍ଧରେ ଷଡଯନ୍ତ୍ର ମାମଲାର ତଦନ୍ତ କରିବେ ଅବସରପ୍ରାପ୍ତ ବିଚାରପତି ଏକେ ପଟ୍ଟନାୟକ - A K Patnaik

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଆସିଥିବା ଯୌନ ନିର୍ଯ୍ୟାତନା ମାମଲାର ତଦନ୍ତ କରିବେ ଅବସରପ୍ରାପ୍ତ ବିଚାରପତି ଏକେ ପଟ୍ଟନାୟକ । ବିଚାରପତି ପଟ୍ଟନାୟକ ସିଲ ଆବଦ୍ଧ ଲଫାଫାରେ ତଦନ୍ତ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତରିତ କରିବେ ।

ଫାଇଲ ଫଟୋ

By

Published : Apr 25, 2019, 5:17 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିରୋଧରେ ଷଡଯନ୍ତ୍ର କରିବା ମାମଲାରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି କମିଟିର ନେତୃତ୍ବ ଅବସରପ୍ରାପ୍ତ ବିଚାରପତି ଏକେ ପଟ୍ଟନାୟକଙ୍କୁ ଦିଆଯାଇଛି । ସେ ହଲଫନାମା ଓ ପ୍ରମାଣ ଆଧାରରେ ଏହି ମାମଲାର ତଦନ୍ତ କରିବେ । ସିବିଆଇ, ଆଇବି ଓ ଦିଲ୍ଲୀ ପୋଲିସ ତଦନ୍ତରେ ସେ ସହଯୋଗ କରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

ଅନ୍ୟପକ୍ଷେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଆସିଥିବା ଯୌନ ନିର୍ଯ୍ୟାତନାର ଅଭିଯୋଗ ଏହି ତଦନ୍ତ ପରିସରରେ ଆସିବ ନାହି ବୋଲି କୋର୍ଟ କହିଛନ୍ତି । କେବଳ ଷଡଯନ୍ତ୍ରର ତଦନ୍ତ କରାଯିବ । ବିଚାରପତି ପଟ୍ଟନାୟକ ସିଲ ଆବଦ୍ଧ ଲଫାଫାରେ ତଦନ୍ତ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତରିତ କରିବେ ।

ସେହିପରି ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ନିର୍ଯ୍ୟାତନାର ଅଭିଯୋଗର ତଦନ୍ତ ପାଇଁ ପ୍ୟାନେଲରୁ ନିଜକୁ ଅଲଗା କରିଛନ୍ତି ବିଚାରପତି ଏନବି ରମନା । ଅଭିଯୋଗକର୍ତ୍ତା ମହିଳା ଚିଠି ଲେଖି ଆପତ୍ତି ଦାଖଲ କରିବାରୁ ସେ ପ୍ୟାନେଲରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷେ ସର୍ବୋଚ୍ଚ କୋର୍ଟ ଷଡଯନ୍ତ୍ରକାରୀଙ୍କୁ ଚେତାଇ କହିଛନ୍ତି ଯେ ଷଡଯନ୍ତ୍ରକାରୀ ନିଆଁ ସହିତ ଖେଳୁଛନ୍ତି । ବଡ ଓ ପାୱାରଫୁଲ ବ୍ୟକ୍ତି ଏହି ଷଡଯନ୍ତ୍ରରେ ସାମିଲ ହୋଇପାରନ୍ତି କିନ୍ତୁ ସେମାନେ ଜାଣି ନିଅନ୍ତୁ ଯେ ନିଆଁ ସହ ଖେଳୁଛନ୍ତି । ଆମ ପାଖରେ ଦସ୍ତାବିଜ ଓ ନିରୀକ୍ଷଣ କରିବାର ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ୨୦ରେ ସୁପ୍ରିମକୋର୍ଟ ଆଇନଜୀବୀ ଉତ୍ସବ ବ୍ୟାସ ଦାବି କରିଥିଲେ ଯେ ମୁଖ୍ୟ ବିଚାରପତିଙ୍କୁ ବଦନାମ କରିବା ପାଇଁ ଅଫର ଆସିଥିଲା । ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ମନ ଇଚ୍ଛା କାହାଣୀ ଗଢିବାକୁ କୁହାଯାଇଥିଲା, ଯାହା ଦ୍ବାରା ସେ ଚାପରେ ଆସି ନିଜ ପଦରୁ ଇସ୍ତଫା ଦେଇ ଦେବେ । ଏହା କରିବା ପାଇଁ ବ୍ୟାସଙ୍କୁ ବଡ ଅଫର ମିଳିଥିଲା କିନ୍ତୁ ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ସେ କହିଛନ୍ତି । ଯାହା ପରେ ଏହି ମାମଲାରେ ଚର୍ଚ୍ଚା ଜୋର ଧରିଥିଲା ।

ABOUT THE AUTHOR

...view details