ଓଡିଶା

odisha

ETV Bharat / bharat

ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

ମାଧବ ସିଂ ସୋଲାଙ୍କି
ମାଧବ ସିଂ ସୋଲାଙ୍କି

By

Published : Jan 9, 2021, 10:33 AM IST

ଗାନ୍ଧୀନଗର: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ । 93 ବର୍ଷ ବୟସରେ ଶନିବାର ତାଙ୍କର ଦେହାନ୍ତ ହୋଇଛି । ମାଧବ ସିଂ ଗୁଜୁରାଟର 4 ଥର ମୁଖ୍ୟମନ୍ତ୍ରୀ ଥିଲେ । ଏହାସହ ସେ ଦେଶର ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ ।

ମାଧବ ସିଂ ସୋଲାଙ୍କି

ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ମାଧବ ସିଂ, ପରବର୍ତ୍ତୀ ସମୟରେ କଂଗ୍ରେସ ଦଳରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ନେତୃତ୍ବରେ କଂଗ୍ରେସ 1985 ମସିହା ବିଧାନସଭା ନିର୍ବାଚନରେ 182 ଆସନରୁ 149ରେ ବିଜୟ ଲାଭ କରିଥିଲା । ଏହା ସେତେବେଳେ ଏକ ରେକର୍ଡ ସୃଷ୍ଟି କରିଥିଲା ।

ମାଧବ ସିଂ ଗାନ୍ଧିନଗରରେ ଥିବା ତାଙ୍କ ବାସଭବନରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶୋଇଥିବା ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି । ତେବେ ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ୍‌ କରି ନିଜର ଶୋକବ୍ୟକ୍ତ କରିଛନ୍ତି ।

ତେବେ ଆସନ୍ତୁ ନଜର ପକାଇବା ମାଧବ ସିଂଙ୍କ ରାଜନୈତିକ କ୍ୟାରିୟର ଉପରେ...

  • 1957-60 ପର୍ଯ୍ୟନ୍ତ ମାଧବ ସିଂ ବମ୍ବେ ରାଜ୍ୟରେ ବିଧାନସଭାର ସଦସ୍ୟ ଥିଲେ ।
  • 1960-68 ଗୁଜୁରାଟ ବିଧାନସଭାର ସଦସ୍ୟ ଥିଲେ ।
  • 1976 ମସିହାରେ ପ୍ରଥମ ଥର ପାଇଁ ମାଧବ ସିଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
  • ପରେ 1980ରେ ପୂର୍ଣ୍ଣକାଳୀନ, 1985 ଓ 1989ରେ ସେ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇ ଥିଲେ ।
  • 1988ରୁ 1994 ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ହୋଇଥିଲେ ।
  • 1988-89ରେ କେନ୍ଦ୍ର ଯୋଜନା ମନ୍ତ୍ରୀ ଓ 1991ରେ ବୈଦେଶିକ ମନ୍ତ୍ରୀ ଥିଲେ ।
  • ମାଧବ ସିଂ ଗୁଜୁରାଟ କଂଗ୍ରେସର ତିନିଥର ସଭାପତି ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details