ନୂଆଦିଲ୍ଲୀ: ଦେଶ ଆଜି ଜଣେ ମାତାଙ୍କୁ ହରାଇଛି । ଯେଉଁ ମାତା ନିଜର ସବୁ ସମୟ ନିଜ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଯେଉଁ ମାତା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବିକତା ପାଇଁ ସବୁବେଳେ ଉତ୍ସର୍ଗୀକୃତ ଥିଲେ । ଯେଉଁ ମାତା ସମାଜର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ କରିଥିଲେ । ଏହି ମାତା ଆଉ କେହି ନୁହନ୍ତି ଏକ ବାକ୍ୟରେ କହିବାକୁ ଗଲେ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ଯାହାଙ୍କ 67 ବର୍ଷ ବୟସରେ ନିଧନ ହୋଇଯାଇଛି । ଆଉ ତାଙ୍କର ନିଧନରେ ଖାଲି ଦେଶ ଦୁଃଖୀ ନୁହେଁ ବିଦେଶରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସୁଷମାଙ୍କ ନିଧନ ଖବର ପାଇ ବିଦେଶରୁ ଆସିଛି ଶୋକ ବାର୍ତ୍ତା ।
ଅବଦୁଲ୍ଲା ଶାହିଦ (ବୈଦେଶିକ ମନ୍ତ୍ରୀ, ମାଳଦ୍ବୀପ)- ମୋର ଜଣେ ଉତ୍ତମ ବନ୍ଧୁ ଥିଲେ ସୁଷମା ସ୍ବରାଜ । ରାଜନୀତିର ଜଣେ ଅସାଧାରଣ ମହିଳା ଥିଲା ସେ । ଭାରତ - ମାଳଦ୍ବୀପ ସମ୍ପର୍କ ସୁଦୃଢରେ ସୁଷମା ଥିଲେ ମୁଖ୍ୟ ବିନ୍ଧାଣୀ । ତାଙ୍କ ବିୟୋଗରେ ଆମେ ଗଭୀର ମର୍ମାହତ ।