ଓଡିଶା

odisha

ETV Bharat / bharat

ମା'ଙ୍କୁ ମନେ ରଖିବ ଦିଲ୍ଲୀ - former cm sheila dikhit passes away on saturday

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର 81 ବର୍ଷ ବୟସରେ ଦେହାନ୍ତ ଘଟିଛି । ଦିଲ୍ଲୀକୁ ଆଧୁନିକ ରୂପ ଦେବାରେ ଶୀଲାଙ୍କର ବଳିଷ୍ଠ ଅବଦାନ ରହିଛି ।

ଡିଜାଇନ ଫଟୋ

By

Published : Jul 21, 2019, 12:19 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ଶୀଲା ଦୀକ୍ଷିତଙ୍କର 81 ବର୍ଷ ବୟସରେ ଦେହାନ୍ତ ଘଟିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆକସ୍ମିକ ଦେହାନ୍ତରେ ତାଙ୍କ ଶୁଭେଚ୍ଛୁଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଦିଲ୍ଲୀ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଦିଲ୍ଲୀରେ ସବୁଠୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ । ଦିଲ୍ଲୀକୁ ଆଧୁନିକ ରୂପ ଦେବାରେ ଶୀଲାଙ୍କର ବଳିଷ୍ଠ ଅବଦାନ ରହିଛି । ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନ ପୃଷ୍ଠାର ପ୍ରମୁଖ ଫର୍ଦ୍ଦ ଉପରେ ।

ପ୍ରାରମ୍ଭିକ ଜୀବନ :

ଶୀଲା 1938 ମସିହା ମାର୍ଚ୍ଚ 31 ତାରିଖରେ ପଞ୍ଜାବର କପୁରଥଲାରେ ଜନ୍ମ ଗ୍ରହଣ କରିଥିଲେ । ପଞ୍ଜାବରେ ଜନ୍ମ ନେଇଥିଲେ ମଧ୍ୟ ସେ ପିଲାଟି ଦିନରୁ ଦିଲ୍ଲୀରେ ରହି ପାଠପଢିଥିଲେ । ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ମରାଣ୍ଡି ହାଉସରୁ ଇତିହାସରେ ସ୍ନାତକୋତ୍ତର କରିଥିଲେ । ଶିକ୍ଷା ଗ୍ରହଣ ସମୟରେ ଶୀଲା ଉତ୍ତରପ୍ରଦେଶ କଂଗ୍ରେସ ନେତା ଉମା ଶଙ୍କରଙ୍କ ପୁଅ ତଥା ଆଇଏଏସ ଅଧିକାରୀ ସ୍ବଗର୍ତଃ ବିନୋଦ ଦୀକ୍ଷିତଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ତାଙ୍କ ପୁଅ ସନ୍ଦୀପ ଦାକ୍ଷିତ ଦିଲ୍ଲୀର ସାଂସଦ ଥିଲେ ।

ରାଜନୈତିକ ଯାତ୍ରା:

ଛାତ୍ର ଜୀବନରୁ ହିଁ ରାଜନୀତିରେ ରୁଚି ରଖିଥିଲେ ଶୀଲା । ବିବାହ ପରେ ହିଁ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ସେ । 15 ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ଆସନରେ ରାଜୁତି କରିଥିବା ଶୀଲା । 1984 ମସିହାରେ କନୌଜ ଲୋକସଭା ଆସନରେ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ । ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ ସଂସଦୀୟ ବ୍ୟାପାରମନ୍ତ୍ରୀ ଥିଲେ ।

3 ଥର ମୁଖ୍ୟମନ୍ତ୍ରୀ :

ନିଜ କାମ ପାଇଁ ସେ ଗାନ୍ଧୀ ପରିବାରର ନିକଟତର ହୋଇଥିଲେ । ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସୋନିଆ ଗାନ୍ଧୀ ମଧ୍ୟ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । 1998ରେ ତାଙ୍କୁ ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା । 1998 ଲୋକସଭା ନିର୍ବାଚନରେ ସେ ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇ ପାରିନଥିଲେ । ତଥାପି ସୋନିଆଙ୍କ ଭରସା ତାଙ୍କ ଉପରୁ ଉଠିନଥିଲା । 1998ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଶୀଲା । ଏହାପରେ 1998ରୁ 2013 ପର୍ଯ୍ୟନ୍ତ ଲଗାତାର 3 ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ।

ରାଜ୍ୟପାଳ ପରେ ରାଜନୀତିକୁ ପ୍ରତ୍ୟାବର୍ତ୍ତନ :

ତେବେ 2013ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଠାରୁ ପରାଜିତ ହେବା ପରେ ରାଜନୀତିରୁ ଦୂରେଇ ଯାଇଥିଲେ ସେ । ପରେ ତାଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ପୁଣିଥରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ଶୀଲା । 2019 ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ତାଙ୍କ ଉପରେ ପୁଣି ଭରସା ପ୍ରକଟ କରି ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ବ ତାଙ୍କୁ ଦେଇଥିଲେ । ପୂର୍ବ ଦିଲ୍ଲୀରୁ ନିର୍ବାଚନ ମୈଦାନରେ ଓହ୍ଲାଇଥିବା ଶୀଲା ବିଜେପି ପ୍ରାର୍ଥୀ ମନୋଜ ତିୱାରୀଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ନିର୍ବାଚନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ।

ଡିଡିଏଲଜେ ପ୍ରେମୀ:

କଂଗ୍ରେସର ଟାଣୁଆ ନେତା ଶୀଲା ସିନେମା ପ୍ରେମୀ ଥିଲେ । ଥିଏଟରରେ ତାଙ୍କର ପ୍ରଥମ ଚଳଚିତ୍ର ଥିଲା 'ହାମଲେଟ' । ଏହା ବ୍ୟତୀତ ସେ ଶାହାରୁଖ ଖାନଙ୍କ ଫିଲ୍ମ 'ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ' ଅନେକ ଥର ଦେଖିଛନ୍ତି । ତେବେ ସେ ଫିଲ୍ମଟିକୁ ଏତେ ଥର ଦେଖିଥିଲେ ଯେ ତାଙ୍କ ପରିବାର ଲୋକ ଏଥିରେ ବିରକ୍ତି ପ୍ରକାଶ କରିଥିଲେ ।

ଜୋତା ପ୍ରତି ଥିଲା ଦୁର୍ବଳତା:

ଗାନ୍ଧୀ ପରିବାରର ନିକଟତର ଥିବା ଶୀଲାଙ୍କର ଜୋତା ପ୍ରତି ଦୁର୍ବଳତା ଥିଲା । ବିଭିନ୍ନ କଲେକ୍ସନର ଜୋତା ପିନ୍ଧିବାର ସଉକ୍‌ ରଖିଥିଲେ ସେ । ତେବେ ଏଥିପାଇଁ ସେ ତାଙ୍କ ମାସିକ ପକେଟ୍‌ ମନିରୁ କିଛି ସଞ୍ଚୟ କରି ବିଭିନ୍ନ ଭେରାଇଟିର ଜୋତା କିଣୁଥିଲେ । ଏହା ବ୍ୟତୀତ ଶୀଲା ପାଶ୍ଚାତ୍ୟ ସଙ୍ଗୀତକୁ ବେଶ୍‌ ଭଲ ପାଉଥିଲେ ।

For All Latest Updates

TAGGED:

ABOUT THE AUTHOR

...view details