ଓଡିଶା

odisha

ETV Bharat / bharat

ଟିଡିପିରେ ଯୋଗ ଦେଲେ କଂଗ୍ରେସ ନେତା ଭି କିଶୋର ଚନ୍ଦ୍ର ଦେଓ - kishore chandra deo

ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ବାଏ ବାଏ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭି. କିଶୋରଚନ୍ଦ୍ର ଦେଓ। ରବିବାର କଂଗ୍ରେସସ ଛାଡିବା ପରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

By

Published : Feb 25, 2019, 2:28 PM IST

ଅମରାବତୀ: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନଦେଶବ୍ୟାପି ଦଳ ଡ଼ିଆଁ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଏହି କ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି. କିଶୋର ଚନ୍ଦ୍ର ଦେଓ ନିଜ ଦଳ କଂଗ୍ରେସକୁ ବାଏ ବାଏ କହିଛନ୍ତି। ଦଳ ଛାଡିବା ପରେ ଗତ ରବିବାର ସେ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ଦଳ ତେଲୁଗୁ ଦେଶମ ପାର୍ଟିରେ(ଟିଡିପି)ଯୋଗ ଦେଇଛନ୍ତି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତିରେ ଭି କିଶୋରଚନ୍ଦ୍ର ଦେଓତଥା ଟିଡିପି ଯୋଗ ଦେଇଛନ୍ତି।ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜୟନଗରମ ଏବଂ ବିଶାଖାପାଟନମ ଜିଲ୍ଲାରକର୍ମକର୍ତ୍ତା ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଜଣେ ବରିଷ୍ଠ ନେତା ଦଳରେ ସାମିଲ ହେବା ପରେ ଚଳଚଞ୍ଚଳ ହୋଇ ଉଠିଛି ଟିଡିପି କ୍ୟାମ୍ପ। ତାଙ୍କର ଯୋଗଦାନ ଫଳରେ ଉତ୍ତର ଉପକୂଳ ଆନ୍ଧ୍ରରେ ଟିଡିପି ଦଳୀୟ ସଙ୍ଗଠନ ଆହୁରି ମଜବୁତ ହେବା ନେଇ ଆଶା କରାଯାଉଛି।

5 ଥର ଲୋକସଭାକୁ ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଭି. କିଶୋରଚନ୍ଦ୍ର ଦେଓ। ଦଳ ଛାଡିବା ପରେ ସମ୍ପର୍କରେପ୍ରତିକ୍ରିୟା ରଖି ସେ କହିଛନ୍ତି ଟିଡିପିରେ ଯୋଗ ଦେବା ପାଇଁ ବହୁତ ଇଚ୍ଛୁକ ଥିଲେ। ଆଉ ଏବେ ସେ ଯୋଗ ଦେଇ ବହୁତ ଖୁସି ଅଛନ୍ତି।


2011-14 ମସିହାରେ ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା ମନମୋହନ ସିଂହଙ୍କ ସରକାର ଥିବା ତାଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଏବଂ ପଞ୍ଚାୟତିରାଜ ବିଭାଗର ଦାୟୀତ୍ୱ ମିଳିଥିଲା। ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନରୁ ଟିଡିପି ଟିକେଟରେ 2019 ଲୋକସଭା ନିର୍ବାଚନ ଲଢିବା ତାଙ୍କ ନାଁ ଚର୍ଚ୍ଚା ହେଉଛି।

ABOUT THE AUTHOR

...view details