ଓଡିଶା

odisha

ETV Bharat / bharat

ଶୀଲାଙ୍କ ବିୟୋଗ ଦିଲ୍ଲୀ କଂଗ୍ରେସ ପାଇଁ ସୃଷ୍ଟି କଲା ନେତୃତ୍ବର ସଙ୍କଟ - ଶୀଲାଙ୍କ ନିଧନ ପରେ ଦିଲ୍ଲୀ କଂଗ୍ରେସକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ

କିଛି ମାସ ମଧ୍ୟରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶୀଲା ଦୀକ୍ଷିତଙ୍କ ବିୟୋଗ ଦଳ ପାଇଁ ନେତୃତ୍ବର ସଙ୍କଟ ସୃଷ୍ଟି କରିଛି ।

ଫାଇଲ ଫଟୋ

By

Published : Jul 21, 2019, 12:42 PM IST

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶୀଲା ଦୀକ୍ଷିତଙ୍କ ବିୟୋଗ ଦଳକୁ ଏକ ଶକ୍ତ ଝଟକା ଦେଇଛି । ଏହା ସହିତ କଂଗ୍ରେସ ଆଗରେ ଏକ ନୂଆ ସଙ୍କଟ ମଧ୍ୟ ଉଭା ହୋଇଛି । କିଛି ମାସ ମଧ୍ୟରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହି ପରିପ୍ରେକ୍ଷୀରେ ଶୀଲାଙ୍କ ସ୍ଥାନରେ ତାଙ୍କ ଭଳି ଏକ ଟାଣୁଆ ନେତାଙ୍କୁ ଚୟନ କରିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବ ।

ତେବେ ଶୀଲାଙ୍କ ନିଧନ ପରେ ଏବେ ଦିଲ୍ଲୀ କଂଗ୍ରେସକୁ ଦୁଇଟି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ପ୍ରଥମଟି ଶୀଲାଙ୍କ ଭଳି ଏକ ଟାଣୁଆ ନେତାକୁ ବାଛିବା ଏବଂ ଦ୍ବିତୀୟଟି ଦଳୀୟ ନେତାଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ।

ତେବେ 2019 ଲୋକସଭା ନିର୍ବାଚନ ପୂର୍ବରୁ ଶୀଲାଙ୍କୁ ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଥିଲା । ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ସତ୍ବେ ସେ କଂଗ୍ରେସକୁ ପୁଣିଥରେ ରାଜନୀତିର ଶିଖରରେ ପହଞ୍ଚାଇବାକୁ ଅଣ୍ଟା ଭିଡିଥିଲେ । ସେ ନିଜ ଦମ୍‌ରେ କଂଗ୍ରେସର ସ୍ଥିତି ସୁଧାରିବାର ପ୍ରୟାସରେ ଲାଗି ପଡିଥିଲେ ।

For All Latest Updates

TAGGED:

ABOUT THE AUTHOR

...view details