ଓଡିଶା

odisha

ETV Bharat / bharat

ସିଏଏ ସପକ୍ଷରେ କ୍ରାନ୍ତି ମୈଦାନରେ ଶକ୍ତି ପ୍ରଦର୍ଶନ, ଫଡନାଭିସଙ୍କ ଜୋରଦାର ଆକ୍ରମଣ - ପୂର୍ବତନ ମୁଖ୍ୟମନ୍ତ୍ରୀ

ସାରା ଦେଶରେ ଏବେ ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଛୁ । ସିଏଏକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ସ୍ଥିତି । ଶନିବାର ଆଇନ ସପକ୍ଷରେ ସାରା ଦେଶରେ ହୋଇଛି ଶକ୍ତି ପ୍ରଦର୍ଶନ । ଏପଟେ ମୁମ୍ବାଇରେ ଶିବସେନା ଉପରେ ପ୍ରବଳ ବର୍ଷିଛନ୍ତି ଫଡନାଭିସ । ଅଧିକ ପଢନ୍ତୁ...

PHOTO
devendra fadnavis

By

Published : Dec 28, 2019, 9:59 PM IST

ମୁମ୍ବାଇ: ସିଏଏକୁ ନେଇ ସାରା ଦେଶରେ କଂଗ୍ରେସ ସମେତ କେତେକ ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଶନିବାର ପୁଣିଥରେ ମହାରାଷ୍ଟ୍ରରେ ସିଏଏ ସପକ୍ଷରେ ଶକ୍ତି ପ୍ରଦର୍ଶନ କରିଛନ୍ତି ହଜାର ହଜାର ଜନତା ।

ଏହି ଶକ୍ତି ପ୍ରଦର୍ଶନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଯୋଗଦେଇ ସିଏଏର ଉଦ୍ଦେଶ୍ୟ ବିଷୟରେ ଉଦବୋଧନ ଦେବାସହ କଂଗ୍ରେସ ଓ ଶିବସେନା ଉପରେ ଜୋରଦାର ଆକ୍ରମଣ କରିଛନ୍ତି ।

ମୁମ୍ବାଇର କ୍ରାନ୍ତି ମୈଦାନରେ ଆୟୋଜିତ ଏହି ଶକ୍ତି ପ୍ରଦର୍ଶନରେ ଦେବେନ୍ଦ୍ର ଫଡନାଭିସ କହିଥିଲେ ଆମେ କାହାର ନାଗରିକତା ନେବା ପାଇଁ ଏହି ଆଇନ ଆଣି ନାହୁଁ, ନାଗରିକତା ଦେବା ପାଇଁ ଆଇନ ଆସିଛି । କିନ୍ତୁ ରାଜନୈତିକ ଫାଇଦା ପାଇଁ କିଛିଲୋକ ଦେଶରେ ଅପପ୍ରଚାର କରୁଛନ୍ତି ।


ଦେବେନ୍ଦ୍ର ଫଡନାଭିସ ଆହୁରି କହିଥିଲେ ଲୋକଙ୍କୁ ଲାଗୁଛି ମୋଦି ସରକାର ଏହି ଆଇନ ଆଣିଛନ୍ତି । କିନ୍ତୁ ବହୁ ପୂର୍ବରୁ ରାଜୀବ ଗାନ୍ଧୀ ପ୍ରଧାନ ମନ୍ତ୍ରୀ ଥିବା ସମୟରେ ଏନଆରସି ଚୁକ୍ତି କରିଥିଲେ । ଏହାସହ ଦେଶର ସର୍ବୋଚ୍ଚ ଅଦାଲତାଙ୍କୁ ମଧ୍ୟ ରାଜୀବ ଗାନ୍ଧୀ ଅବଗତ କରାଇଥିଲେ ବୋଲି ଦେବେନ୍ଦ୍ର କହିଛନ୍ତି । ଏବେ ସେହି ଆଇନକୁ କେବଳ ମୋଦି ସରକାର କାର୍ଯ୍ୟକାରୀ କରୁଛନ୍ତି ।

ଏହାସହ ସେ କହିଛନ୍ତି ମୋଦି ସ୍ପଷ୍ଟ କରିଛନ୍ତି ବିନା କୌଣସି ଆଲୋଚନରେ ଏନଆରସି ଲାଗୁ ହେବ ନାହିଁ । ନିଜ ଭାଷଣରେ ପୁରୁଣା ସହଯୋଗୀ ଶିବସେନାକୁ ମଧ୍ୟ ଆକ୍ରମଣ କରିବାକୁ ଭୁଲିନାହାଁନ୍ତି ଫଡନାଭାସ । କଟାକ୍ଷ ଛଳରେ କହିଛନ୍ତି କାଲି ଯାଏଁ ଶିବସେନା କହୁଥିଲା ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରାଯାଉ । କିନ୍ତୁ କ୍ଷମତା ଲୋଭ ଆଜି ଶିବସେନାକୁ ମୁକ ବଧିର କରିଦେଇଛି । ନିଜ ନୀତି ଆଦର୍ଶକୁ ଭୁଲି ଦେଶ ସ୍ବାର୍ଥ ଭୁଲିଯାଇଛି । କ୍ଷମତା ଆସିବ ଯିବ କିନ୍ତୁ ଏହି ଦେଶ ରହିବା ଦରକାର, ଆମେ କ୍ଷମତା ଲୋଭକୁ ପରିତ୍ୟାଗ କରିପାରିବୁ , କିନ୍ତୁ ଦେଶ ସହିତ କୌଣସି ବୁଝାମଣା କରିପାରିବୁ ନାହିଁ ବୋଲି ଅଟଳଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଫଡନାଭିସ ।

ABOUT THE AUTHOR

...view details