ନୂଆଦିଲ୍ଲୀ: ଆଇସୋଲେସନରେ ରହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ସାଉଦି ଆରବରୁ ଫେରିବା ପରେ ହୋମ୍ ଆଇସୋଲେସନରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।
କୋରୋନା ଯାଞ୍ଚ ସମୟରେ ରିପୋର୍ଟ ନେଗେଟିଭ ଆସିଛି । ତଥାପି ପ୍ରତିଷେଧକ ଭାବେ ସେ ସ୍ବଇଚ୍ଛାରେ କ୍ବାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସୁରେଶ ପ୍ରଭୁ । ମାର୍ଚ୍ଚ 10ରେ ସେ ସାଉଦି ଆରବରେ ଅନୁଷ୍ଠିତ ଦ୍ବିତୀୟ ସେପାର୍ସ ବୈଠକରେ ଯୋଗ ଦେଇଥିଲେ । ବର୍ତ୍ତମାନ ସାଉଦି ଆରବରେ କୋରୋନା ସଂକ୍ରମିତ ମାମାଲା 171ରେ ପହଞ୍ଚିଛି ।