ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ସମସ୍ତ ରାଜ୍ୟ ସରକାର ମଧ୍ୟ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଦେଶରେ କୋଭିଡ ଟେଷ୍ଟିଂ କ୍ଷମତା ମଧ୍ୟ ବଢାଯାଇଛି । ଏପରିସ୍ଥିତିରେ କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳାରେ ତ୍ରୁଟି ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଦେଶର 6 ଜଣ ପୂର୍ବତନ ଆଇଏଏସ ଅଧିକାରୀ । ଏହାସହ ସମ୍ବିଧାନର ଧାରା 3 ଅଧିନ ତଦନ୍ତ ଅଧିନିୟମ ଆଧାରରେ କମିଶନ ଗଠନ କରିବାକୁ ଏହି ପୂର୍ବତନ ଆଇଏଏସ ଅଧିକାରୀମାନେ ଦାବି ଜଣାଇଛନ୍ତି ।
କୋରୋନା ପରିଚାଳନାରେ ତ୍ରୁଟି ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ 6 ପୂର୍ବତନ IAS - Prashant Bhushan
କେନ୍ଦ୍ର ସରକାରଙ୍କ କୋଭିଡ ପରିଚାଳାରେ ତ୍ରୁଟି ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ଦେଶର 6 ଜଣ ପୂର୍ବତନ ଆଇଏଏସ ଅଧିକାରୀ । 14 ଅଗଷ୍ଟରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି। ଅଧିକ ପଢନ୍ତୁ...
କେ ପି ଫାବିଆନ ଏବଂ ଅନ୍ୟମାନେ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏମାନେ ଯୁକ୍ତି ବାଢିଛନ୍ତି ଯେ ମହାମାରୀକୁ ନେଇ ସରକାରଙ୍କ ପରିଚାଳନା ନୀତି ନାଗରିକଙ୍କ ଜୀବନ ଏବଂ ଜୀବିକା ଉପରେ ବ୍ୟାପକ ପ୍ରଭାବ ପକାଇଛି । 14 ଅଗଷ୍ଟରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି।
ତେବେ ଆବେଦନରେ କୁହାଯାଇଛି ଯେ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ନେତୃତ୍ବରେ ଜମେ ଡାକ୍ତର, ମହାମାରୀ ବିଶେଷଜ୍ଞ, ଜନସ୍ବାସ୍ଥ୍ୟ, ଆଇନ ଏବଂ ସାମାଜିକ ବିଜ୍ଞାନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ କମିଶନ ଗଠନ କରାଯିବା ଉଚିତ। ଏହି ରୋଗର ନିୟନ୍ତ୍ରଣ ପାଇଁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ | ଲକଡାଉନର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି ।