ଓଡିଶା

odisha

ETV Bharat / bharat

ପୋଲିସ ହେପାଜତରେ ପୂର୍ବତନ ମନ୍ତ୍ରୀ - ଅପହରଣ ମାମଲା

ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରବୀଣ କୁମାର ଏବଂ ତାଙ୍କ ଭାଇଙ୍କ ଅପହରଣ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ଭୁମା ଅଖିଲା ପ୍ରିୟାଙ୍କୁ ବୁଧବାର ହେପାଜତରେ ନେଇଛି । ଅଧିକ ପଢନ୍ତୁ...

ପୋଲିସ ହେପାଜତରେ ପୂର୍ବତନ ମନ୍ତ୍ରୀ
ପୋଲିସ ହେପାଜତରେ ପୂର୍ବତନ ମନ୍ତ୍ରୀ

By

Published : Jan 6, 2021, 6:43 PM IST

ହାଇଦ୍ରାବାଦ: ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରବୀଣ କୁମାର ଏବଂ ତାଙ୍କ ଭାଇଙ୍କ ଅପହରଣ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ଭୁମା ଅଖିଲା ପ୍ରିୟାଙ୍କୁ ବୁଧବାର ପୋଲିସ ହେପାଜତରେ ନେଇଛି । ପ୍ରିୟାଙ୍କୁ ବୋଡେନପାଲି ପୋଲିସ ପଚରାଉଚରା କରୁଛି। ଆଇଟି ଅଧିକାରୀ ଭାବରେ ନିଜକୁ ପରିଚିତ ଦେଇ 15 ଜଣିଆ ଏକ ଗ୍ୟାଙ୍ଗ ମଙ୍ଗଳବାର ରାତିରେ ବୋଡେନପାଲି ଅଞ୍ଚଳରେ ଥିବା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସମ୍ପର୍କୀୟ ପ୍ରବୀଣ କୁମାରଙ୍କ ଘରେ ପଶି ଖୋଜାଖୋଜି କରିଥିଲେ ।

ଏହାପରେ ଏହି ଗ୍ୟାଙ୍ଗ ପ୍ରବୀଣ ଏବଂ ତାଙ୍କ ଦୁଇ ଭାଇ- ନବୀନ ରାଓ, ସୁନେଲ ରାଓଙ୍କୁ ଏକ ଫାର୍ମହାଉସକୁ ନେବା ପୂର୍ବରୁ ଏକ କୋଠରୀରେ ବନ୍ଦ ରଖିଥିଲେ । ​​ଅପହରଣକାରୀମାନେ ବିଭିନ୍ନ କାଗଜପତ୍ରରେ ଭାଇମାନଙ୍କ ଦସ୍ତଖତ ନେଇଥିଲେ । ଏହି ଅପହରଣରେ ଘରର ସଦସ୍ୟ ସାମିଲ ଥାଇ ପାରନ୍ତି ସନ୍ଦେହ କରି ପରିବାର ସଦସ୍ୟ ପ୍ରତାପ ରାଓ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ପୋଲିସ କମିଶନର (ସିପି) ଅଞ୍ଜାନୀ କୁମାର ପୀଡିତାଙ୍କ ଘରେ ପହଞ୍ଚିଥିଲେ ଓ ନରସିଙ୍ଗି ଅଞ୍ଚଳରେ 3 ଜଣଙ୍କୁ ଉଦ୍ଧାର କରିଥିଲେ । ଏକ ଜମି ବିବାଦକୁ ନେଇ ତିନିଜଣଙ୍କୁ ଅପହରଣ କରାଯାଇଥିଲା ବୋଲି ପୋଲିସ କହିଛି । ପରେ ପୀଡିତାଙ୍କ ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଆଇଟି ଏବଂ ପୋଲିସ ଅଧିକାରୀ କହି ପ୍ରାୟ 15 ଜଣ ଲୋକ ସେମାନଙ୍କ ଘରକୁ ଆସି ସର୍ଚ୍ଚ ୱାରେଣ୍ଟ ଦେଖାଇଥିଲେ । ଏହି ଅପହରଣ ଖବର ସାମ୍ନାକୁ ଆସିବା ପରେ ତେଲେଙ୍ଗାନା ପର୍ଯ୍ୟଟନ ମନ୍ତ୍ରୀ ଭି. ଶ୍ରୀନିବାସ ଗୌଡ ଏବଂ ସାଂସଦ କବିତା ମାଲୋଥ ପ୍ରବୀଣ କୁମାରଙ୍କ ଘରେ ପହଞ୍ଚି ପରିବାର ସହ କଥା ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details