ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ଉଠୁଥିବା ବିବାଦ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ପୂର୍ବତନ ବାୟୁସେନା ପ୍ରମୁଖ ବିଏସ ଧନୱା । ଏଭଳି ବିବାଦ ପ୍ରତିରକ୍ଷା ଚୁକ୍ତିକୁ ମନ୍ଥର କରିଦିଏ । ଏହାଦ୍ବାରା ସଶସ୍ତ୍ର ବାହିନୀର କ୍ଷମତା ଉପରେ ପ୍ରଭାବ ପଡିଥାଏ ବୋଲି ସେ କହିଛନ୍ତି । ଏହା ସହିତ ପ୍ରତିରକ୍ଷା ଚୁକ୍ତିରେ ହେଉଥିବା ମନ୍ଥର ଗତି ଉପରେ କ୍ରୋଧ ପ୍ରକାଶ କରି ସେ କହିଛନ୍ତି, ଭାରତ-ପାକିସ୍ତାନ ଗତିରୋଧ ସମୟରେ ଯଦି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ନିକଟରେ ମିଗ-୨୧ ସ୍ଥାନରେ ରାଫେଲ ଥାଆନ୍ତା, ତା’ହେଲେ ଆଜି ଫଳାଫଳ ଆଉ କିଛି ହୋଇଥାନ୍ତା ବୋଲି ଧନୱା କହିଛନ୍ତି ।
'ଅଭିନନ୍ଦନ ରାଫେଲ ଉଡାଇଥିଲେ ପରିଣାମ ଆଉ କିଛି ହୋଇଥାନ୍ତା' - ପୂର୍ବତନ ବାୟୁସେନା ପ୍ରମୁଖ ବିଏସ ଧନୋଆ
ରାଫେଲ ଚୁକ୍ତିକୁ ନେଇ ଉଠୁଥିବା ବିବାଦ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ପୂର୍ବତନ ବାୟୁସେନା ପ୍ରମୁଖ ବିଏସ ଧନୱା। ଜାଣନ୍ତୁ ସେ କ'ଣ କହିଛନ୍ତି..
ଆଇଆଇଟି ବମ୍ବେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଧନୱା କହିଛନ୍ତି, ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଉକୃଷ୍ଟ ନିଷ୍ପତ୍ତି ନେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ ଚିଟ ଦେଇ ଠିକ କରିଛନ୍ତି । ମୁଁ ବ୍ୟକ୍ତିଗତ ଭାବରେ ଭାବେ, ଯଦି ରାଫେଲ ଭଳି ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଉଠାଯିବ, ଯଦି ଆପଣ ପ୍ରତିରକ୍ଷା ଚୁକ୍ତି ପ୍ରଣାଳୀକୁ ରାଜନୈତିକ ରଙ୍ଗ ଦେବେ । ତାହେଲେ ସମ୍ପୂର୍ଣ୍ଣ ପ୍ରଣାଳୀ ପଛରେ ରହିଯିବ । ଅନ୍ୟ ସମସ୍ତ ଫାଇଲ ମଧ୍ୟ ମନ୍ଥର ଗତିରେ ଆଗକୁ ବଢ଼ିବ । କାରଣ ଲୋକେ ଅନେକ ସଚେତନ ହୋଇଯିବେ ବୋଲି ସେ କହିଛନ୍ତି ।
ଏହା ସହିତ ବୋଫୋର୍ସ ଚୁକ୍ତିକୁ ନେଇ ସେ କହିଛନ୍ତି, ବୋଫୋର୍ସ ଚୁକ୍ତି ମଧ୍ୟ ବିବାଦରେ ଥିଲା । କିନ୍ତୁ ଏହି ତୋପ ବହୁତ ଭଲ କାମ କରିଥିଲା ।