ଓଡିଶା

odisha

ETV Bharat / bharat

ପୂର୍ବ ବାୟୁସେନା ମୁଖ୍ୟଙ୍କୁ ସମ୍ମାନ, 30ଟି ରାଫେଲ ଯୁଦ୍ଧ ବିମାନର 'ଟେଲ ନମ୍ବର' ରହିବ 'ବିଏସ୍' - 30ଟି ରାଫେଲ ଯୁଦ୍ଧ ବିମାନର 'ଟେଲ ନମ୍ବର' ରହିବ 'ବିଏସ୍'

ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ ଧନୱାଙ୍କୁ ସମ୍ମାନ । ବାୟୁସେନାରେ ସାମିଲ ୩୦ଟି ରାଫେଲ ଯୁଦ୍ଧ ବିମାନର 'ଟେଲ ନମ୍ବର' ରଖାଯିବ 'ବିଏସ୍' । ଯାହା ଧନୱାଙ୍କ ନାମାନୁସାରେ ରହିବ ।

Former air chief marshal bs dhanwa
ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ ଧନୱାଙ୍କୁ ସମ୍ମାନ

By

Published : Dec 9, 2019, 4:35 AM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ ଧନୱାଙ୍କୁ ସମ୍ମାନ । ବାୟୁସେନାରେ ସାମିଲ ୩୦ଟି ରାଫେଲ ଯୁଦ୍ଧ ବିମାନର 'ଟେଲ ନମ୍ବର' ରଖାଯିବ 'ବିଏସ୍' । ଯାହା ଧନୱାଙ୍କ ନାମାନୁସାରେ ରହିବ ।

ସେହିପରି 6ଟି ରାଫେଲ ପ୍ରଶିକ୍ଷଣ ବିମାନରେ 'ଟେଲ ନମ୍ବର'ରେ 'ଆରବୀ' ଶୃଙ୍ଖଳା ରହିଛି । ଯାହା ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ରାକେଶ କୁମାର ସିଂ ଭଦୋରିଆଙ୍କ ନାମାନୁସାରେ ରହିଛି । ଭଦୋରିଆ ମଧ୍ୟସ୍ତି ହିସାବରେ ବିମାନ କିଣିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ।

ଫ୍ରାନ୍ସର ଡାସଲ୍ଟ ଏଭିଏସନ କମ୍ପାନୀ ଠାରୁ 59 ହଜାର କୋଟି ଟଙ୍କାରେ 36ଟି ରାଫେଲ ବିମାନ କ୍ରୟ କାରବାରକୁ ନେଇ ଅନେକ ରାଜନୈତିକ ବିବାଦ ଉପୁଜିଥିଲା । ଏହି ବିବାଦ ଧନୱା ବାୟୁସେନା ମୁଖ୍ୟ ଥିବା ସମୟରେ ଚରମ ସୀମାରେ ପହଞ୍ଚିଥିଲା । ମାତ୍ର ସେ କାରବାରକୁ ଦୃଢତାର ସହ ରକ୍ଷା କରିଥିଲେ । ତେବେ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରଶିକ୍ଷଣ ବିମାନ ବ୍ୟତୀତ ଅନ୍ୟ ସମସ୍ତ ରାଫେଲ ଯୁଦ୍ଧବିମାନର ଟେଲ ନମ୍ବରକୁ ଧନୱାଙ୍କ ନାମରେ ନାମିତ କରାଯିବ । ଧନୱାଙ୍କ ଏହି ବିମାନ କ୍ରୟ କାରବାରରେ ଉଲ୍ଲେଖନୀୟ ଅବଦାନ ରହିଛି । ଏହିପରି କରି ବାୟୁସେନା ପକ୍ଷରୁ ତାଙ୍କୁ ଧନ୍ୟବାଦ ଦିଆଯାଉଛି ।

ABOUT THE AUTHOR

...view details