ନୂଆଦିଲ୍ଲୀ: ତାବଲିଗି ଜମାତ ସହ ଜଡିତ କୌଣସି ବିଦେଶୀ ବିନା ଅନୁମତିରେ ଭାରତ ଛାଡିପାରିବ ନାହିଁ । ଦିଲ୍ଲୀ ପୋଲିସ କମିଶନର ଏସ.ଏନ. ଶ୍ରୀବାସ୍ତବ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଧାର୍ମିକ ସମୂହ ବିରୋଧରେ ରୁଜୁ ହୋଇଥିବା ଏକ ମାମଲା ସହ ଜଡିତ ନିଜର ୟୁନିଟ ପ୍ରମୁଖଙ୍କୁ ଏହାର ନିର୍ଦ୍ଦେଶ ଦେଇଛନ୍ତି । ସମୂଦାୟ 1,306 ବିଦେଶୀ ନାଗରିକ ତାବଲିଗି ଜମାତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ 250 ଜଣ ଦିଲ୍ଲୀରୁ ଧରାପଡିଛନ୍ତି ।
ଶ୍ରୀବାସ୍ତବ ଗତ ସପ୍ତାହରେ ଦିଲ୍ଲୀ ପୋଲିସର ବିଭିନ୍ନ ପୋଲିସ ସେବା ଏବଂ ଆପିଏସ ଅଫିସରଙ୍କ ସହ ବୈଠକ କରି ଏଭଳି ନିର୍ଦ୍ଦେଶ ଜରି କରିଥିଲେ । ସେ କହିଥିଲେ ଯେଉଁ ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ଏବଂ ଯିଏ ମର୍କଜ ସହ ଜଡିତ ଅଛନ୍ତି ସେମାନେ ଯାଞ୍ଚ ଟିମର ବିନା ଅନୁମତିରେ ଭାରତ ଛାଡିପାରିବେ ନାହିଁ । ସେପଟେ କ୍ରାଇମ ବ୍ରାଞ୍ଚଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ଉକ୍ତ ବିଦେଶୀଙ୍କଠାରୁ ଯାତ୍ରା ଦସ୍ତାବିଜ ଏଭଂ ଅନ୍ୟାନ୍ୟ ପ୍ରମାଣପତ୍ର ଜବତ କରିବେ ।