ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଚୀନ ନେତାଙ୍କ ସହ ସାକ୍ଷାତ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଜି ଠାରୁ ତିନି ଦିନ ପାଇଁ ଚୀନ୍ ଗସ୍ତରେ ଯାଇଥିବା ଏସ ଜୟଶଙ୍କର ବେଜିଂରେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍ଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ତେବେ ଏହି ବୈଠକରେ କୌଳାସ ମାନସରୋବର ଯାତ୍ରାକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଉଭୟ ଦେଶ ।
ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତକାର ପରେ ଏସ ଜୟଶଙ୍କର କହିଛନ୍ତି, କୈଳାଶ ମାନସରୋବର ଯାତ୍ରୀଙ୍କ ସୁବିଧାର ବିସ୍ତାର ପାଇଁ ଚୀନ ପ୍ରସ୍ତାବ ଦେଇଛି । ଯାହାକୁ ଭାରତ ସ୍ବାଗତ କରୁଛି । ଏହା ଦୁଇ ପଡୋଶୀ ଦେଶର ସମ୍ବନ୍ଧକୁ ମଜବୁତ କରିବ । ଏହି ଦ୍ବିପାକ୍ଷିକ ଆଲୋଚନାରେ ନିଆ ଯାଇଥିବା ନିଷ୍ପତ୍ତି ଉଭୟ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି ସେ କହିଛନ୍ତି ।