ଓଡିଶା

odisha

ହାଇଦ୍ରାବାଦରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ତିନି ଗିରଫ

By

Published : Jan 31, 2020, 4:13 AM IST

Updated : Jan 31, 2020, 7:50 AM IST

ହାଇଦ୍ରାବାଦରେ ଅବକାରୀ ବିଭାଗର ଅଧିକାରୀମାନେ ଏକ ଟ୍ରାଭେଲ ଏଜେନ୍ସି ଠାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛନ୍ତି । ବିଦେଶୀ ମଦ ମାଲେସିଆରୁ ଚେନ୍ନାଇ ଅଣାଯାଉଥିଲା ଏବଂ ଏହା ପରେ ଟ୍ରାଭେଲ ଏଜେନ୍ସି ଦ୍ବାରା ହାଇଦ୍ରାବାଦକୁ ଚାଲାଣ କରାଯାଉଥିଲା । ଅଧିକ ପଢନ୍ତୁ...

foreign-liquire-worth-19-lakhs-seize-in-hydrabad-3-arreseted
ହାଇଦ୍ରବାଦରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ତିନି ଗିରଫ

ହାଇଦ୍ରାବାଦ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ । ଅବକାରୀ ବିଭାଗର ଅଧିକାରୀମାନେ ହାଇଦ୍ରାବାଦରେ ଏକ ଟ୍ରାଭେଲ ଏଜେନ୍ସି ଠାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛନ୍ତି । ତେଲେଙ୍ଗାନାରେ ବେଆଇନ ଭାବରେ ବିଦେଶୀ ମଦ କାରବାର କରୁଥିବା ଅବକାରୀ ଅଧିକାରୀ ଚିହ୍ନଟ କରିଛନ୍ତି ।

ହାଇଦ୍ରାବାଦରେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ତିନି ଗିରଫ

ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରୁ ଏକ ଟ୍ରାଭେଲ ଏଜେନ୍ସି ଠାରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରାଯାଇଛି । ଅବକାରୀ ଅଧୀକ୍ଷକ ଅଞ୍ଜୀରେଡ୍ଡୀଙ୍କ ତତ୍ତ୍ବାବଧାନରେ ଚଢାଉ କରାଯାଇଥିଲା ଏବଂ ଭେଙ୍କେଟେଶ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ବିଦେଶୀ ମଦ କାରବାରରେ ଅନ୍ୟ ଦୁଇ ଜଣ ବ୍ୟକ୍ତି ମଧ୍ୟ ସମ୍ପୃକ୍ତ ରହିଥିବା ପୋଲିସ ପାଖରେ ଭେଙ୍କେଟେଶ ସ୍ବୀକାର କରିଛି । ସେମାନେ ବହୁବର୍ଷ ପୂର୍ବରୁ ବେଆଇନ ବିଦେଶୀ ମଦ କାରବାର ସହିତ ଜଡିତ ରହିଥିବା ଜଣାପଡିଛି।

ଅବକାରୀ ବିଭାଗ ଦ୍ବାରା 19 ଲକ୍ଷ ଟଙ୍କାର 171 ଲିଟର ବିଦେଶୀ ମଦ ସହ 2 ଲକ୍ଷ ନଗଦ ଅର୍ଥ ଏବଂ 2ଟି ବାଇକ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ଭେଙ୍କେଟେଶ, ଖଲିଦ ଓ ଅନିଲକ। ପ୍ରାଥମିକ ତଦନ୍ତ ଅନୁସାରେ ଏହି ବିଦେଶୀ ମଦ ମାଲେସିଆ ଠାରୁ ଚେନ୍ନାଇ ଅଣାଯାଉଥିଲା ଏବଂ ଏହା ପରେ ଟ୍ରାଭେଲ ଏଜେନ୍ସି ଦ୍ବାରା ହାଇଦ୍ରାବାଦକୁ ଚାଲାଣ କରାଯାଉଥିଲା ।

Last Updated : Jan 31, 2020, 7:50 AM IST

ABOUT THE AUTHOR

...view details