ଡେରାଡୁନ: ଉତ୍ତରାଖଣ୍ଡ ସ୍ଥିତ ନନ୍ଦାଦେବୀ ପର୍ବତର ପୂର୍ବ ଶୃଙ୍ଗକୁ ଆରୋହଣ କରିବାକୁ ଯାଇଥିବା ବିଦେଶୀ ପର୍ବତାରୋହୀଙ୍କ ଏକ ଦଳ ନିଖୋଜ ହୋଇଯାଇଛି। ଏହି ଦଳରେ 7 ଜଣ ବିଦେଶୀ ଓ ଜଣେ ଭାରତୀୟ ସାମିଲ ରହିଛନ୍ତି।
ନନ୍ଦାଦେବୀ ପର୍ବତରୁ 7 ବିଦେଶୀ ପର୍ବତାରୋହୀ ନିଖୋଜ - ନନ୍ଦା ଦେବୀ
ନନ୍ଦାଦେବୀ ପର୍ବତର ପୂର୍ବ ଶୃଙ୍ଗକୁ ଆରୋହଣ କରିବାକୁ ଯାଇଥିବା 7 ଜଣ ବିଦେଶୀ ଓ ଜଣେ ଭାରତୀୟ ପର୍ବତାରୋହ ନିଖୋଜ ହୋଇ ଯାଇଛନ୍ତି। ପ୍ରଶାସନ ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ଆରମ୍ଭ କରି ଦେଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
7 ଜଣ ବିଦେଶୀ ପର୍ବତାରୋହୀ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆର ନାଗରିକ ହୋଇଥିବା ବେଳେ ଅଷ୍ଟମ ଜଣକ ଭାରତର ପର୍ବତାରୋହଣ ସଂସ୍ଥାନର ଅଧିକାରୀ ଅଟନ୍ତି। ଜିଲ୍ଲା ପ୍ରଶାସନ ସମସ୍ତ ପର୍ବତାରୋହୀଙ୍କୁ ଖୋଜିବା ଆରମ୍ଭ କରି ଦେଇଛି ।
ନନ୍ଦାଦେବୀ ଦେଶର ଦ୍ବିତୀୟ ସର୍ବୋଚ୍ଚ ଶୃଙ୍ଗ । ପର୍ବତାରୋହୀ ଦଳକୁ ଶୁକ୍ରବାର 7434 ମିଟର ଉଚ୍ଚତା ବିଶିଷ୍ଟ ଏହି ଶୃଙ୍ଗ ଆରୋହଣ କରି ଫେରିବାର ଥିଲା । ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏଥିରେ ପୁଲିସଙ୍କ ସମେତ ଚିକତ୍ସା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ପର୍ବତାରୋହୀଙ୍କ ଏହି ଦଳ ମେ 13ରେ ନିଜ ମିଶନରେ ବାହାରିଥିଲା।