ଚଣ୍ଡିଗଡ: ଭାରତ ମାଟିରେ ପହଞ୍ଚିବା ପରେ ପ୍ରଥମ ଥର ପାଇଁ ସର୍ବସମ୍ମୁଖକୁ ଆସିବ ରାଫେଲ । ଅକ୍ଟୋବର 8 ରେ ବାୟୁସେନା ଦିବସ ପରେଡରେ ଅଂଶଗ୍ରହଣ କରିବ ରାଫେଲ । ଏନେଇ ଶନିବାର ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।
ରାଫେଲ୍ ହେଉଛି 4.5 ଜି, ଟୁଇନ୍-ଇଞ୍ଜିନ ଓମନିରୋଲ, ବାୟୁ ସର୍ବୋଚ୍ଚତା, ଅନ୍ତଃକରଣ, ବାୟୁ ଅନୁସନ୍ଧାନ, ଭୂତଳ ସମର୍ଥନ, ଗଭୀର ଷ୍ଟ୍ରାଇକ୍, ଜାହାଜ ବିରୋଧୀ ଏବଂ ପରମାଣୁ ପ୍ରତିରୋଧକ ଯୁଦ୍ଧ ବିମାନ, ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ଆଇଏଏଫ।