ଓଡିଶା

odisha

ETV Bharat / bharat

ଭାରତର ନକ୍ସାକୁ ଭୁଲ ଦର୍ଶାଇ ଲିଖିତ ଜବାବ ଦେବ ଟ୍ବିଟର - Twitter india wrong map issue

ଭାରତର ନକ୍ସାକୁ ଭୁଲ ଭାବରେ ଦର୍ଶାଇଥିବା ମାମଲାରେ ଟ୍ବିଟରକୁ ଜବାବ ମାଗିଥିଲା ମିଳିତ ସଂସଦୀୟ କମିଟି । ଏହି ମାମଲାରେ ଟ୍ବିଟରକୁ ଏବେ ଲିଖିତ ଜବାବ ଦେବାକୁ ପଡିବ । ଅଧିକ ପଢନ୍ତୁ...

ଭାରତର ନକ୍ସାକୁ ଭୁଲ ଦର୍ଶାଇବା ଟ୍ବିଟର ଉପରେ ପଡିଲା ଭାରି, ଦେବାକୁ ପଡିବ ଲିଖିତ ଜବାବ
ଭାରତର ନକ୍ସାକୁ ଭୁଲ ଦର୍ଶାଇବା ଟ୍ବିଟର ଉପରେ ପଡିଲା ଭାରି, ଦେବାକୁ ପଡିବ ଲିଖିତ ଜବାବ

By

Published : Oct 28, 2020, 4:58 PM IST

ନୂଆଦିଲ୍ଲୀ: ଡାଟା ସୁରକ୍ଷାକୁ ନେଇ ସଂସଦୀୟ କମିଟି ସାମ୍ନାରେ ହାଜର ହୋଇଛନ୍ତି ଟ୍ବିଟର ପ୍ରତିନିଧି । ଭାରତର ନକ୍ସାକୁ ଭୁଲ ଭାବରେ ଦର୍ଶାଇଥିବା ମାମଲାରେ ଟ୍ବିଟରକୁ ଜବାବ ମାଗିଥିଲା ମିଳିତ ସଂସଦୀୟ କମିଟି । ଜିଓ ଟ୍ୟାଗରେ ଲଦାଖକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ବିଟର ।

କମିଟି ପକ୍ଷରୁ କୁହାଯାଇଛି ଯେ ଆଇନଗତ ଭାବରେ ଏହା ଅପରାଧିକ ମାମଲା । ଏହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତାର ଖୋଲାଖୋଲି ଉଲ୍ଲଂଘନ । ଏଥିରେ 7 ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ଥିବା କମିଟି ନିଜ ପ୍ରତିକ୍ରିୟାରେ କହିଛି ।

ଏହି ମାମଲାରେ ଟ୍ବିଟରକୁ ଏବେ ଲିଖିତ ଜବାବ ଦେବାକୁ ପଡିବ । ଏହାସହ ଭାରତର ଅଂଶ ଲଦାଖକୁ ଚୀନର ବୋଲି ଦର୍ଶାଇଥିବା ନେଇ ଭୁଲ ସ୍ବୀକାର କରିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଟ୍ବିଟର ପକ୍ଷରୁ ସଗୁପ୍ତା କମରାନ, ପଲ୍ଲବୀ ବାଲିୟା, ମନବିନ୍ଦର ବାଲି ଏବଂ ଆୟୁଷୀ କପୁର କମିଟି ସାମ୍ନାରେ ହାଜର ହୋଇଥିଲେ ।

ଟ୍ବଟର ଇଣ୍ଡିଆ ଲଦାଖକୁ କିଛି ଦିନ ପୂର୍ବରୁ ଚୀନର ଅଂଶ ବୋଲି ଦର୍ଶାଇଥିଲା । ଏହାପରେ ବିବାଦର ରୂପ ନେଇଥିଲା ଏହି ମାମଲା । ଏହି ପରିପ୍ରେକ୍ଷୀରେ ସଂସଦୀୟ କମିଟି ଡାଟା ସୁରକ୍ଷା ସମ୍ବନ୍ଧରେ ଟ୍ବିଟର ଇଣ୍ଡିଆରୁ ଜବାବ ମାଗିଥିଲେ। ତେବେ ବୁଧବାର ଟ୍ବିଟର ପକ୍ଷରୁ ଦିଆଯାଇଥିବା ଜବାବକୁ ଉପଯୁକ୍ତ ନୁହେଁ ବୋଲି କହିଛି ସଂସଦୀୟ କମିଟି ।

ଟ୍ବଟରର ସ୍ପଷ୍ଟୀକରଣ ପର୍ଯ୍ୟାପ୍ତ ନୁହେଁ ବୋଲି ସଂସଦୀୟ କମିଟି ଅଧ୍ୟକ୍ଷ ମୀନାକ୍ଷୀ ଲେଖୀ ବୟାନ ଦେଇଛନ୍ତି । ଟ୍ବିଟର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଭାରତର ସମ୍ବେଦନଶୀଳତାକୁ ସମ୍ମାନ କରନ୍ତି। ଏହି ପ୍ରସଙ୍ଗରେ ସାଂସଦ କହିଛନ୍ତି, ଏହା ଯଥେଷ୍ଟ ନୁହେଁ। ଏହି ପ୍ରଶ୍ନ ସମ୍ବେଦନଶୀଳତା ବିଷୟରେ ନୁହେଁ । ଏହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା ବିରୁଦ୍ଧ ଅଟେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମୀନାକ୍ଷୀ ।

ସମ୍ପୂର୍ଣ୍ଣ ମାମଲାକୁ ନେଇ ଟ୍ବିଟରର ସିଇଓ ଜୈକ ଡୋରସୀଙ୍କୁ ଏକ ଚିଠି ଲେଖିଥିଲେ କେନ୍ଦ୍ର ସରକାରଙ୍କ ଆଇଟି ସଚିବ ଅଜୟ ସାହାଣୀ । ଟ୍ବିଟର ପକ୍ଷରୁ ଭାରତର ନକ୍ସାକୁ ଭୁଲ ଦର୍ଶାଇବାକୁ ନେଇ ଅଭିଯୋଗ କରିଥିଲେ କେନ୍ଦ୍ରସରକାର । ଅକ୍ଟୋବର 18ରେ ଟ୍ବିଟର ନିଜ ପ୍ଲାଟଫର୍ମରେ ଲେହର ଜିଓ ଟ୍ୟାଗ ଲୋକେଶନକୁ ଚୀନରେ ଦର୍ଶାଇଥିଲା ।

ABOUT THE AUTHOR

...view details