ଓଡିଶା

odisha

ETV Bharat / bharat

ସୁରକ୍ଷିତ ହେବ ଯାତ୍ରା, ଟ୍ରେନରେ ଲାଗିବ ବ୍ଲାକବକ୍ସ - ସୁରକ୍ଷିତ ହେବ ଯାତ୍ରା

ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନରେ ଲଗାଯିବ ବ୍ଲାକବକ୍ସ ଭଳି ଉପକରଣ । ଏହାଦ୍ବାରା ଯଦି କୌଣସି ସମୟରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୁଏ, ତାହାର ପ୍ରକୃତ କାରଣ ଜାଣି ହେବ ।

ଫାଇଲ ଫଟୋ

By

Published : Jul 25, 2019, 2:31 PM IST

ନୂଆଦିଲ୍ଲୀ: ଏଥର ବିମାନ ଭଳି ଟ୍ରେନରେ ଲାଗିବ ବ୍ଲାକବକ୍ସ ଭଳି ଉପକରଣ । ଦୁର୍ଘଟଣା ପରର ସମସ୍ତ ଘଟଣା ଜାଣିବା ପାଇଁ ଟ୍ରେନରେ ଲୋକୋ କ୍ୟାବ ଅଡିଓ ଭିଡିଓ(ଏଲସିଭିଆର) ଲଗାଇବା ନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପାଇଲଟ ପ୍ରୋଜେକ୍ଟକୁ ବିପୁଳ ସଫଳତା ମିଳିବା ପରେ 480ଟି ଉପକରଣ କିଣିବାକୁ ମନ୍ତ୍ରଣାଳୟ ମଞ୍ଜୁର ଦେଇଛି ।

ଏହି ଉପକରଣ ଗୁଡିକ ଟ୍ରେନ ଇଞ୍ଜିନରେ ଲଗାଯିବ । ଏହି ଉପକରଣ ଜରିଆରେ ଟ୍ରେନ ଚଳାଚଳବେଳେ ଡ୍ରାଇଭରର କଥାବାର୍ତ୍ତା ରେକର୍ଡ କରାଯିବ । ସେହିପରି ଇଞ୍ଜିନ ବାହାରେ ଲଗାଯାଇଥିବା କ୍ୟାମେରା, ବାହାରର ଦୃଶ୍ୟ ରେକର୍ଡ କରିବ । ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ, ଏଲସିଭିଆର ଦ୍ବାରା କରାଯାଇଥିବା ରେକର୍ଡ ପରେ ଘଟଣାର ଯାଞ୍ଚ କରିବାରେ ସାହାଯ୍ୟ କରିବ । ଏଥିସହ କେଉଁ କାରଣରୁ ଦୁର୍ଘଟଣା ହେଲା, ତାହାର ପ୍ରକୃତ କାରଣ ଜଣାପଡିବ ।

ଅସାବଧାନତା କାରଣରୁ ହେଉ ଅବା କୌଣସି ଯାନ୍ତ୍ରିକ ତ୍ରୃଟି ହେଉ ବିଭିନ୍ନ ସମୟରେ ରେଳ ଦୁର୍ଘଟଣା ଘଟିବାର ନଜିର ରହିଛି । ଆଉ ଅନେକ ସମୟରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥାଏ । ତେଣୁ ଦୁର୍ଘଟଣାର କାରଣ ଜାଣିବା ପାଇଁ ଟ୍ରେନରେ ଲଗାଯିବ ଏଲସିଭିଆର ।

ABOUT THE AUTHOR

...view details