ଓଡିଶା

odisha

ETV Bharat / bharat

ଭାରତରେ ଖାଦ୍ୟ (ଅ)ସୁରକ୍ଷା - Food Security in India

2019 ସେପ୍ଟେମ୍ବରରେ ଭାରତୀୟ ସ୍ବାସ୍ଥ୍ୟ ଗବେଷଣା ପରିଷଦ (ଆଇସିଏମ୍ଆର୍) ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 5 ବର୍ଷରୁ କମ୍ ବୟସର ଯେତେ ପିଲାଙ୍କ ମୃତ୍ୟୁ ଘଟୁଛି ତାହାର 68 ପ୍ରତିଶତ ମୃତ୍ୟୁ ପୁଷ୍ଟିହୀନତା କାରଣରୁ ଘଟୁଛି।

Security in India
ଖାଦ୍ୟ ସୁରକ୍ଷା

By

Published : Oct 5, 2020, 4:32 PM IST

1975 ପ୍ରାରମ୍ଭରେ ଯେଉଁ ଅଳ୍ପକିଛି ରାଷ୍ଟ୍ର ସମନ୍ବିତ ଶିଶୁ ବିକାଶ ସେବା(ଆଇସିଡିଏସ୍) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ସେମାନଙ୍କ ଭିତରେ ଥିଲା ଭାରତ। 6ବର୍ଷରୁ କମ୍ ବୟସର ଶିଶୁ ଏବଂ ସେମାନଙ୍କ ମାଆମାନଙ୍କୁ ପୁଷ୍ଟିକର ଖାଦ୍ୟ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ପ୍ରାଥମିକ ସ୍ବାସ୍ଥ୍ୟସେବା ଏବଂ ଟିକାଦାନ ଆଦି ସେବା ଯୋଗାଇ ଦେବାଥିଲା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ପ୍ରଥମ ଅବସ୍ଥାରେ 5 ହଜାର ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇ ଯୋଜନା ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ 7 ହଜାର ବ୍ଲକର 14 ଲକ୍ଷ କେନ୍ଦ୍ରରେ ଏହା କାର୍ଯ୍ୟକାରୀ ହେବା ପରେ ବି କାର୍ଯ୍ୟକ୍ରମର ମୌଳିକ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ।

ଶିଶୁ କଲ୍ୟାଣ କ୍ଷେତ୍ରରେ ଆଫ୍ରିକାର ଘାନା ଏବଂ ଟୋବାଗୋ ପରି ରାଷ୍ଟ୍ର ତୁଳନାରେ ଭାରତ କାହିଁକି ପଛରେ ରହିଛି ବୋଲି ଭାରତର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ (ସିଏଜି) ତାଙ୍କର ସର୍ବଶେଷ ରିପୋର୍ଟରେ ପ୍ରଶ୍ନ ଉଠାଇଛନ୍ତି। ଆଇସିଡିଏସ୍ ପାଇଁ ଆସୁଥିବା ପାଣ୍ଠି ଶିଶୁ ବିକାଶ କାର୍ଯ୍ୟକ୍ରମ ସାମିଲ ନଥିବା ଅନ୍ୟ ଯୋଜନାରେ ବିନିଯୋଗ କରାଯାଉଥିବା ଦର୍ଶାଇ ସିଏଜି ତା’ର ରିପୋର୍ଟରେ ଏଥିପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ନିନ୍ଦା କରିଛି।

ଗତ କିଛିବର୍ଷ ହେଲା ଆଇସିଡିଏସ୍ କାର୍ଯ୍ୟକ୍ରମ ପାଇଁ ବଜେଟରେ ବହୁତ କମ୍ ବ୍ୟୟ ବରାଦ କରାଯାଉଛି। 2016ରେ ବ୍ୟୟ ବରାଦ ପାଖାପାଖି 50 ପ୍ରତିଶତ କମାଇ ଦିଆଯାଇଥିଲା। ପୁଷ୍ଟିହୀନତା ସଂଖ୍ୟା ଦେଶରେ ବିପଜ୍ଜନକ ଭାବେ ବଢି ଚାଲିଥିବା ସତ୍ତ୍ବେ 2020 କେନ୍ଦ୍ର ବଜେଟରେ ଆଇସିଡିଏସ୍ ଯୋଜନା ବାବଦରେ ବ୍ୟୟ ବରାଦ 19 ପ୍ରତିଶତ କାଟ୍ କରାଯାଇଛି। କେତେକ ରାଜ୍ୟ ସେମାନଙ୍କର ଆର୍ଥିକ ହିସାବ କିତାବ ଦାଖଲ କରିଛନ୍ତି, କିନ୍ତୁ ପାଣ୍ଠିର ପ୍ରକୃତ ଖର୍ଚ୍ଚ ଏବଂ ବିନିଯୋଗ ମଧ୍ୟରେ ତାଳମେଳ ନଥିବା ଜଣାପଡ଼ିଛି।

2019 ସେପ୍ଟେମ୍ବରରେ ଭାରତୀୟ ସ୍ବାସ୍ଥ୍ୟ ଗବେଷଣା ପରିଷଦ (ଆଇସିଏମ୍ଆର୍) ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 5 ବର୍ଷରୁ କମ୍ ବୟସର ଯେତେ ପିଲାଙ୍କ ମୃତ୍ୟୁ ଘଟୁଛି ତାହାର 68 ପ୍ରତିଶତ ମୃତ୍ୟୁ ପୁଷ୍ଟିହୀନତା କାରଣରୁ ଘଟୁଛି। 35 ପ୍ରତିଶତ ପିଲାଙ୍କ ଶାରିରୀକ ବିକାଶ ହୋଇପାରୁ ନଥିବାବେଳେ 17 ପ୍ରତିଶତ କ୍ଷେତ୍ରରେ ପ୍ରସବ ପୂର୍ବରୁ ମୃତ୍ୟୁ ଘଟୁଛି। ଏହି ପରିସଂଖ୍ୟନରୁ ହିଁ ଏହା ସ୍ପଷ୍ଟ ବାରି ହୋଇ ପଡୁଛି ଯେ, ପର୍ଯ୍ୟାପ୍ତ ବ୍ୟୟବରାଦ କରାନଯିବା ଏବଂ ସୁପରିଚାଳନାର ଅଭାବ କାରଣରୁ ଏହି ଯୋଜନା କେତେ ଦୁର୍ବଳ ହୋଇପଡୁଛି।

ତେବେ ସରକାରୀ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ, ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ଦେଶରେ 6 ବର୍ଷରୁ କମ୍ ସାଢେ 8 କୋଟି ଶିଶୁ ଏବଂ 1 କୋଟି 90 ଲକ୍ଷ ମାଆଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଟିକାଦାନ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଦେଶବ୍ୟାପୀ 17 ଲକ୍ଷ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରିବାକୁ ସୁପ୍ରିମକୋର୍ଟ 2001ରେ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ। ରାଜ୍ୟ ସରକାରମାନଙ୍କଠାରୁ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ପାଉଥିବା ପରେ ବି ହଜାର ହଜାର କେନ୍ଦ୍ର ଏବେ ବି ଅଚଳ ଅବସ୍ଥାରେ ପଡ଼ି ରହିଛି।

ଏହାବାଦ୍ ଏବେ ମହାମାରୀ କାରଣରୁ ଗ୍ରାମାଞ୍ଚଳରେ ଥିବା ଅନେକ ଶିଶୁ କଲ୍ୟାଣ କେନ୍ଦ୍ର ବନ୍ଦ ରହିଛି। ମହାମାରୀ ସମୟରେ କ୍ଷୁଧା ଓ ଅନାହାର ରୋକିବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ପୁଣିଥରେ ଖୋଲିବା ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ସମ୍ବଳିତ ମାମଲା (ପିଆଇଏଲ୍)ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିକଟରେ ରାଜି ହୋଇଛନ୍ତି। ଯଦିଓ କୋଭିଡ-19 ସମୟରେ ଦୁର୍ଗମ ଅଞ୍ଚଳରେ ଆଦିବାସୀ ମହିଳାଙ୍କ କଲ୍ୟାଣ ପାଇଁ ସରକାରୀ ଅଧିକାରୀମାନେ ପ୍ରୟାସ କରିଥିବାର ଅନେକ ନଜିର ରହିଛି, ତଥାପି ଏହା କାଁ ଭାଁ ଦେଖିବାକୁ ମିଳିଛି।

ସରକାରୀ ନିୟମ ମୁତାବକ ହୋଇନାହିଁ। ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ବିଶେଷ କରି ପୁଡୁଚେରୀ, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର ଅନେକ କେନ୍ଦ୍ରରେ କର୍ମଚାରୀ ଅଭାବ ରହିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ 2019 ଡିସେମ୍ବରରେ ଦର୍ଶାଇଛି। ପାଣ୍ଠିର ଅଭାବ କାରଣ ଦର୍ଶାଇ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ କଣ୍ଟ୍ରାକଟରଙ୍କୁ ସେମାନଙ୍କ ପ୍ରାପ୍ୟ କିମ୍ବା କର୍ମଚାରୀଙ୍କୁ ଦରମା ମିଳୁନାହିଁ।

ଏମ୍.ଏସ୍.ସ୍ବାମୀନାଥନଙ୍କ କହିବା ଅନୁଯାୟୀ, ଭାରତ କାହିଁକି ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଉପରେ ପ୍ରାଧାନ୍ୟ ଦେବା ଉଚିତ୍ ତାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭଲଭାବେ ବୁଝିବା ଆବଶ୍ୟକ। ଦେଶର ଶିଶୁ ଯେଉଁମାନେ କି ଆଗାମୀ ଦିନର ଭବିଷ୍ୟତ, ସେମାନଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସରକାର ଆଇସିଡିଏସ୍ କାର୍ଯ୍ୟକ୍ରମରେ ସଂସ୍କାର ଆଣିବା ଜରୁରୀ।

ABOUT THE AUTHOR

...view details