ଓଡିଶା

odisha

ETV Bharat / bharat

ଯାଆନ୍ତୁ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗୁମ୍ଫା,  ଦିନକୁ ଚାର୍ଜ କେବଳ 990 - rented

ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗୁମ୍ଫାରେ ରହିଲେ ଦିନକୁ କେବଳ 990 ଟଙ୍କା ଭଡା ଦେବାକୁ ପଡିଥାଏ । ଏଠାରେ  ଅନେକ ପ୍ରକାରର ଅତ୍ୟାଧୁନିକ ସୁଖ ସୁବିଧା ଉପଲବ୍ଧ ଅଛି । ବିଜୁଳି, ପାଣିଠାରୁ ଆରମ୍ଭ କରି ଶୋଇବା ପାଇଁ ଖଟ, ଶୌଚାଳୟ ଏବଂ ଟେଲିଫୋନ ଭଳି   ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ ରହିଛି ।

ଫାଇଲ ଫଟୋ

By

Published : May 19, 2019, 9:49 PM IST

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗୁମ୍ଫା । ଏହାକୁ ନେଇ ଲୋକେ ବିଭିନ୍ନ କଥା କହୁଥିବା ବେଳେ ଏବେ ଏହି ଗୁମ୍ଫା ସମ୍ପର୍କରେ ଅନେକ କଥା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ଗୁମ୍ଫାର କିଛି ଅଜଣା ତଥ୍ୟ ।

ଏହି ଗୁମ୍ଫାରେ ରହିଲେ ଦିନକୁ କେବଳ 990 ଟଙ୍କା ଭଡା ଦେବାକୁ ପଡିଥାଏ । ଏଠାରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁଖ ସୁବିଧା ଉପଲବ୍ଧ ଅଛି । ବିଜୁଳି, ପାଣିଠାରୁ ଆରମ୍ଭ କରି ଶୋଇବା ପାଇଁ ଖଟ, ଶୌଚାଳୟ ଏବଂ ଟେଲିଫୋନ ଭଳି ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ ରହିଛି । ଗୁମ୍ଫାଟି ପଥରରେ ନିର୍ମାଣ କରାଯାଇଥିବା ବେଳେ ଏହାର ପ୍ରବେଶ ଦ୍ବାର କାଠରେ ନିର୍ମିତ ହୋଇଛି । ଏଥିରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସହ ଦିନରେ 2 ଥର ଚା’ ମଧ୍ଯ ଯୋଗାଇ ଦିଆଯାଏ ।

କେଦାରନାଥ ମନ୍ଦିରରୁ 1 କିମି ଦୂରରେ ଅବସ୍ଥିତ ଏହି ଗୁମ୍ଫାର ନିର୍ମାଣ ନେହେରୁ ପର୍ବତାରୋହଣ ସଂସ୍ଥା ଦ୍ୱାରା କରାଯାଇଛି । ଏଭଳି ଗୁମ୍ଫା ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପଦେଶ ଦେଇଥିଲେ । ଏହା ପରେ ଏହି ଗୁମ୍ଫା ନିର୍ମାଣ କରାଯାଇଥିଲା ବୋଲି ଏହି ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଥିଲେ। ସେଠାରେ ସେ କେଦାରନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ପରେ ସାଧନା ପାଇଁ ଏକ ଗୁମ୍ଫାରେ ପହଞ୍ଚିଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ସେ ଧ୍ୟାନ କରିଥିଲେ ।

For All Latest Updates

ABOUT THE AUTHOR

...view details