ମୁମ୍ବାଇ: ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ (ଏଫଡିଏ) ମୁମ୍ବାଇର ନାହୁର ଅଞ୍ଚଳର ସିଦ୍ଧବିନାୟକ ଡାଏଚେମ ନାମକ ଏକ କମ୍ପାନୀରୁ ସାନିଟାଇଜର ତିଆରି ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସାନିଟାଇଜର ଉତ୍ପାଦନ ପାଇଁ କମ୍ପାନୀର ଆବଶ୍ୟକ ଅନୁମତି ନଥିଲା ବୋଲି ଜଣାପଡିଛି ।
ଏଫଡିଏ କର୍ମଚାରୀମାନେ ସହରର ନାହୁରରେ ଏକ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ ୟୁନିଟ୍ ଉପରେ ଚଢାଉ କରିଥିଲେ । ଏଥିରେ 25 ଲକ୍ଷ ଟଙ୍କା ମୂଲ୍ୟର ସବ ଷ୍ଟାଣ୍ଡାର୍ଡ ସାନିଟାଇଜର ଜବତ ହୋଇଛି ବୋଲି ଅଧିକାରୀ ମାନେ କହିଛନ୍ତି।