ଓଡିଶା

odisha

By

Published : Jul 2, 2020, 6:58 PM IST

ETV Bharat / bharat

ଅନଲାଇନ ସପିଂ କରୁଥିଲେ ଜାଣି ରଖନ୍ତୁ କିଛି ଦରକାରୀ ଟିପ୍ସ...

ଅନଲାଇନ୍ ସପିଂ କରିବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ନଚେତ୍ ଏହା ଆପଣଙ୍କୁ ମହଙ୍ଗା ପଡିପାରେ । ଅଧିକ ପଢନ୍ତୁ..

ଅନଲାଇନ ସପିଂ କରୁଥିଲେ ଜାଣି ରଖନ୍ତୁ କିଛି ଦରକାରି ଟିପ୍ସ...
ଅନଲାଇନ ସପିଂ କରୁଥିଲେ ଜାଣି ରଖନ୍ତୁ କିଛି ଦରକାରି ଟିପ୍ସ...

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅନଲାଇନ୍ ସପିଂ ଲୋକଙ୍କ ମଧ୍ୟରେ ଏକ କ୍ରେଜ୍ ପାଲଟିଛି । ଏହାଦ୍ବାରା ଆମେ ନିଜ ସମୟ ବଞ୍ଚାଇବା ସହ ମଲ୍ ଅପେକ୍ଷା ଅଧିକ ଟଙ୍କା ସେଭ୍ ମଧ୍ୟ କରିଥାଉ । କେବଳ ସେତିକି ନୁହେଁ ଏଠାରେ ଆମକୁ ବିଭିନ୍ନ ବ୍ରାଣ୍ଡର ଜିନିଷ ମଧ୍ୟ ଖୁବ୍ ସହଜରେ ମିଳିଥାଏ । କିନ୍ତୁ ଅନଲାଇନ୍ ସପିଂ କରିବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ନଚେତ୍ ଏହା ଆପଣଙ୍କୁ ମହଙ୍ଗା ପଡିପାରେ ।

ଏସବୁ ବିଷୟରେ ଦିଅନ୍ତୁ ଧ୍ୟାନ

ସପିଂ ସାଇଟରେ ସାମଗ୍ରୀ କିଣିବାବେଳେ ନିଶ୍ଚିତ କରନ୍ତୁ ଯେ ସାଇଟଟି ଭରସାଯୋଗ୍ୟ କି ନୁହଁ । ନଚେତ୍ ଆପଣ ଅନ୍ୟ ଏକ ସାଇଟରୁ ମଧ୍ୟ ସପିଂ କରିପାରିବେ । ଏହାସହ ଯେ କୌଣସି ସାମଗ୍ରୀ କିଣିବା ସମୟରେ ତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପଢନ୍ତୁ । ପ୍ରଡକ୍ଟ ବିଷୟରେ ଅନ୍ୟ ଲୋକଙ୍କ ବିଭ୍ୟୁ ମଧ୍ୟ ଚେକ୍ କରନ୍ତୁ । ଯଦି ଅଧିକ ଗ୍ରାହକ ସାମଗ୍ରୀକୁ କମ୍ ରେଟିଙ୍ଗ ଦେଇଛନ୍ତି ତେବେ ତାହାକୁ ନକିଣିବା ହିଁ ଭଲ ।

ଯେ କୌଣସି ପ୍ରଡକ୍ଟ କ୍ରୟ କରିବା ସମୟରେ ପ୍ରଥମେ ଏହାର ଏକ୍ସପାଇରି ଡେଟ୍ ନିଶ୍ଚୟ ଯାଞ୍ଚ କରନ୍ତୁ ।

ଅନେକ ସମୟରେ ଆମେ ପ୍ରଡକ୍ଟରେ ଅଫର ଦେଖିବା ପରେ ଏହାକୁ ମନଇଚ୍ଛା ଅର୍ଡର କରିଥାଉ । ମାତ୍ର ଯେତେବେଳେ ସାମଗ୍ରୀ ଡେଲିଭର ହୁଏ ତାହା ଖରାପ କ୍ବାଲିଟିର ବାହାରିଥାଏ । ତେଣୁ ଯେ କୌଣସି ସାମଗ୍ରୀ କିଣିବା ସମୟରେ ତରବରିଆ ନହୋଇ ବୁଝି ବିଚାରି ସାମଗ୍ରୀ କ୍ରୟ କରନ୍ତୁ ।

ଅନଲାଇନ ସପିଂ କରିବା ସମୟରେ ସବୁଠାରୁ ଗରୁତ୍ବପୂର୍ଣ୍ଣ ପ୍ରୋସେସ୍ ଅର୍ଥାତ ପେମେଣ୍ଟ । ଏହି ସମୟରେ ଆପଣଙ୍କୁ ଅଧିକ ଜାଗ୍ରତ ହେବାର ଆବଶ୍ୟକତା ରହିଥାଏ । କାରଣ ଆଜିକାଲି ଅନଲାଇନରେ ଠକେଇ ଏକ ସାଧାରଣ କଥା ପାଲଟିଛି । ତେଣୁ ସବୁବେଳେ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ । ଏହାସହ ଯଥାସମ୍ଭବ କ୍ୟାସ ଅନ୍ ଡେଲିଭରି ପ୍ରକ୍ରିୟାକୁ ବାଛନ୍ତୁ ।

ଅନଲାଇନରେ ସପିଂ କରିବାବେଳେ ରିଟର୍ଣ୍ଣିଂ ପଲିସି ଉପରେ ମଧ୍ୟ ଧାରଣା ରଖନ୍ତୁ । ଏହା ଆପଣଙ୍କୁ ପରବର୍ତ୍ତି ସମୟରେ ସାହାଯ୍ୟ କରିବ ।

ABOUT THE AUTHOR

...view details