ହାଇଦ୍ରବାଦ: ମୌର୍ଯ୍ୟ କାଳରେ ମହାନ୍ ଦାର୍ଶନିକ ଆଚାର୍ଯ୍ୟ କୌଟିଲ୍ୟଙ୍କୁ ଚାଣକ୍ୟ ନାମରେ ଜଣା ପ୍ରସିଦ୍ଧ ଥିଲେ । ସେ ତକ୍ଷଶିଳା ବିଶ୍ବବିଦ୍ୟାଳୟର ଆଚାର୍ଯ୍ୟ ଥିଲେ । ସେ ନିଜ ସିଦ୍ଧାନ୍ତକୁ ସତ୍ୟ ରୂପେ ସମସ୍ତ ସାମ୍ନାରେ ରଖିଥିଲେ । ତାଙ୍କ ସିଦ୍ଧାନ୍ତ ସର୍ବଦା ବାସ୍ତବ ଜୀବନ ସହ ଜଡିତ ହୋଇଥାଏ । ତେଣୁ ଆଜିବି ଚାଣକ୍ୟ ନିତୀ ଘରେ ଘରେ ପରିଚିତ । ଜୀବନରେ କେଉଁଭଳି ସର୍ବଦା ଧନପ୍ରାପ୍ତି କରିହେବ ଏନେଇ ଚାଣକ୍ୟ 4ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରତିପାଦନ କରିଛନ୍ତି । ଆସନ୍ତୁ ନଜର ପକାଇବା ସେହି ତଥ୍ୟ ଉପରେ...
ଚାଣକ୍ୟଙ୍କ ବଚ୍ଚନ ଅନୁସାରେ, ଘରକୁ ଧନର ପ୍ରବେଶ ସେତେବେଳେ ହୁଏ ଯେତେବେଳ ଉକ୍ତ ଘରର ବାତାବରଣ ଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଥାଏ । ଅର୍ଥାତ ଲକ୍ଷ୍ମୀ ସର୍ବଦା ସେଠାରେ ରହିବାକୁ ଭଲ ପାଇଥାଆନ୍ତି ଯେଉଁଠି ଶାନ୍ତି ଥାଏ । ଯେଉଁଘରେ ପରସ୍ପର ପ୍ରତି ଭଲ ପାଇବା ଆଦର ରହିଥାଏ ସେଠାରେ ମାଆ ଲକ୍ଷ୍ମୀ ସର୍ବଦା ବିଦ୍ୟମାନ ଥାଆନ୍ତି । ଯେଉଁ ଘର ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ନିରନ୍ତର ରହିଥାଏ ସେଠାରେ ଲକ୍ଷ୍ମୀ ସର୍ବଦା ବାସ କରିଥାଆନ୍ତି । ଏହାସହ ସେ ଘରେ ସର୍ବଦା ଆର୍ଥିତ ସମୃଦ୍ଧି ଲାଗି ରହିଥାଏ ।