ଓଡିଶା

odisha

ETV Bharat / bharat

ଲକଡାଉନ ବୋରିଂ ଦୂର କରିବାକୁ ସେଲିବ୍ରିଟିଙ୍କୁ କରନ୍ତୁ ଫଲୋ - ଲକଡାଉନ ବୋରିଂ

ଘରେ ରହି ଏହି ସମୟରେ ଆପଣ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ଅବସର ସମୟରେ ସେମାନେ ହୋମ ୱାର୍କଆଉଟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ଦେଖି ଆପଣ କିଛି ନୂଆ ବ୍ୟାୟାମ ଓ ଯୋଗ ଶିଖିପାରିବେ । ଅଧିକ ପଢନ୍ତୁ....

ଲକଡାଉନ ବୋରିଂ ଦୂର କରିବାକୁ ସେଲିବ୍ରିଟିଙ୍କୁ କରନ୍ତୁ ଫଲୋ
ଲକଡାଉନ ବୋରିଂ ଦୂର କରିବାକୁ ସେଲିବ୍ରିଟିଙ୍କୁ କରନ୍ତୁ ଫଲୋ

By

Published : Mar 27, 2020, 4:52 PM IST

ହାଇଦ୍ରାବାଦ: ସାରା ଦେଶରେ 21 ଦିନିଆ ଲକଡାଉନ ଘୋଷଣା ଯୋଗୁଁ ସମସ୍ତଙ୍କ ଘରେ ଲାଗିଛି ଭିଡ । ଆବାଳବୃଦ୍ଧବନିତା ସମସ୍ତେ ଘରେ ନଜରବନ୍ଦୀ । ବିଶେଷ କରି ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକଙ୍କୁ ଏହି ସମୟ ନିଶ୍ଚିତ ବୋରିଂ ଓ ବିରକ୍ତ ଲାଗିପାରେ । ତେବେ ଆପଣ ସମୟ କାଟିବାକୁ ନିଜ ପସନ୍ଦର ସେଲିବ୍ରିଟିଙ୍କୁ ଫଲୋ କରନ୍ତୁ । ସୋସିଆଲ ମିଡିଆରେ, ଖାସ କରି ଇନଷ୍ଟାଗ୍ରାମରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ, ଅନେକ କିଛି ଶିଖିପାରିବେ ।

ଘରେ ରହି ଏହି ସମୟରେ ଆପଣ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ଅବସର ସମୟରେ ସେମାନେ ହୋମ ୱାର୍କଆଉଟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ଦେଖି ଆପଣ କିଛି ନୂଆ ବ୍ୟାୟାମ ଓ ଯୋଗ ଶିଖିପାରିବେ । ସେହିପରି ଆପଣଙ୍କ ପସନ୍ଦର ସେଲିବ୍ରିଟିଙ୍କ ଠାରୁ ବିଭିନ୍ନ ମେକଅପ ଓ ବିୟୁଟି ଟିପ୍ସ ନେଇପାରିବେ । କିଛି ସିନେ ତାରକା ଏବେ ଘରେ ନୂଆ ନୂଆ ପ୍ରକାର ରୋଷେଇ କରି ଭିଡିଓ ପୋଷ୍ଟ କରୁଛନ୍ତି । ସେଥିରୁ ମଧ୍ୟ ଆପଣ ଶିଖି ଘରେ ବନାଇପାରିବେ ।

ଏହାଛଡା ସବୁଠାରୁ ବଡ କଥା ହେଉଛି ଆପଣ ଘରେ ବସି କିପରି ଇନକମ କରିପାରିବେ । ଯାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ସେଲିବ୍ରିଟି । ଟିକଟକ, ୟୁଟ୍ୟୁବ, ହେଲୋ, ଲାଇକ ଭଳି ଆପ୍‌ରେ ସେମାନେ ନିଜ ଭିଡିଓ ପୋଷ୍ଟ କରୁଛନ୍ତି । ଆପଣ ମଧ୍ୟ ସମାନ କାମ କରିପାରିବେ । ନିଜ ଭିତରେ ଥିବା ପ୍ରତିଭାକୁ ସାମନାକୁ ଆଣନ୍ତୁ । ଗୀତ ଗାଆନ୍ତୁ କିମ୍ବା ଆକ୍ଟିଂ କରନ୍ତୁ ଅଥବା ଡ୍ୟାନ୍ସ କରି ଏହାର ଭିଡିଓ ବନାଇ ଛାଡନ୍ତୁ । ସେହିପରି ୟୁଟ୍ୟୁବରେ କିଛି ପ୍ରେରଣାଦାୟୀ ଭିଡିଓ ଦେଇପାରିବେ । ନିଜ ସଫଳତା ଓ ବିଫଳତାର କାହାଣୀ ନେଇ ଫେସବୁକରେ ଲାଇଭ କରନ୍ତୁ । ନୂଆ ନୂଆ ଖାନା ରାନ୍ଧି ୟୁଟ୍ୟୁବରେ ଭିଡିଓ ଦିଅନ୍ତୁ । ଆପଣଙ୍କ ଦର୍ଶକ ସଂଖ୍ୟା ବଢିଲେ ସଂପୃକ୍ତ ସଂସ୍ଥା ଆପଣଙ୍କୁ ଟଙ୍କା ଦେଇପାରନ୍ତି ।

ଏହି ସମୟରେ ଆପଣଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟ ଚାପ ନାହିଁ । ଫଳରେ ବିନ୍ଦାସ ଭାବେ ଅନେକ କିଛି ଶିଖିନିଅନ୍ତୁ । ଯାହା ଭବିଷ୍ୟତରେ ଆପଣଙ୍କ କାମରେ ଆସିପାରେ । ସେଲିବ୍ରିଟି ସମାନ କାମ କରୁଛନ୍ତି । ଏହି ସମୟରେ କିଏ ଘରେ ୱାର୍କଆଉଟ କରୁଛି ତ କିଏ ଖାନା ବନାଉଛି । ପୁଣି କିଏ ଘର ସଫା କରୁଛି ତ କିଏ ଗାର୍ଡେନିଂ କରୁଛି । କିଛି ଷ୍ଟାର ତ ନିଜ ଭିତରେ ଲୁଚିଥିବା କଳାକୁ ସୋସିଆଲ ମିଡିଆରେ ଦେଖାଉଛନ୍ତି । ଆପଣ ମଧ୍ୟ ଏସବୁ କରିପାରିବେ । ଡ୍ରଇଂ କରନ୍ତୁ, ନିଜର ପସନ୍ଦର କାମ କରନ୍ତୁ । ପିଲାବେଳେ ଯାହା ଭଲ ଲାଗୁଥିଲା ଏବେ ସେଇ କାମ କରନ୍ତୁ । ନିଜ ପିଲାଙ୍କ ସହ ମିଶିଯାଆନ୍ତୁ । ଦେଖିବେ ସମୟ କଟିଯିବ ଆପଣ ଜାଣିପାରିବେ ନାହିଁ ।

ABOUT THE AUTHOR

...view details