ଓଡିଶା

odisha

ETV Bharat / bharat

ଲକଡାଉନ 2.0ରେ ଆପଣଙ୍କ ବୋରିଂ ଦୂର କରିବେ ଷ୍ଟାର - କୋରୋନା ଅପଡେଟ

ସେଲିବ୍ରିଟିମାନେ ଏହି ସମୟରେ ଘରେ ୱାର୍କଆଉଟ କରୁଛନ୍ତି ତ କିଏ ରୋଷେଇ କରୁଛି । ପୁଣି କିଏ ଘର ସଫା କରୁଛି ତ କିଏ ଗାର୍ଡେନିଂ କରୁଛି । ଅଧିକ ପଢନ୍ତୁ...

ଲକଡାଉନ 2.0ରେ ଆପଣଙ୍କ ବୋରିଂ ଦୂର କରିବେ ଷ୍ଟାର
ଲକଡାଉନ 2.0ରେ ଆପଣଙ୍କ ବୋରିଂ ଦୂର କରିବେ ଷ୍ଟାର

By

Published : Apr 15, 2020, 7:03 AM IST

ହାଇଦ୍ରାବାଦ: ଲକଡାଉନ ପୁଣିଥରେ ବଢିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଫଳରେ ଲୋକଙ୍କ ପାଖରେ ଏବେ ପର୍ଯ୍ୟାପ୍ତ ସମୟ । ବୋରିଂ ସମୟ ଆହୁରି ବଢିବା ନେଇ କେତେକ ଲୋକ ଚିନ୍ତାରେ ପଡିଛନ୍ତି । ତେବେ ଆପଣ ସମୟ କାଟିବାକୁ ନିଜ ପସନ୍ଦର ସେଲିବ୍ରିଟିଙ୍କୁ ଫଲୋ କରନ୍ତୁ । ସୋସିଆଲ ମିଡିଆରେ, ଖାସ କରି ଇନଷ୍ଟାଗ୍ରାମରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ, ଅନେକ କିଛି ଶିଖିପାରିବେ ।

ସେଲିବ୍ରିଟିମାନେ ଏହି ସମୟରେ ଘରେ ୱାର୍କଆଉଟ କରୁଛନ୍ତି ତ କିଏ ରୋଷେଇ କରୁଛି । ପୁଣି କିଏ ଘର ସଫା କରୁଛି ତ କିଏ ଗାର୍ଡେନିଂ କରୁଛି । କିଛି ଷ୍ଟାର ତ ନିଜ ଭିତରେ ଲୁଚିଥିବା କଳାକୁ ସୋସିଆଲ ମିଡିଆରେ ଦେଖାଉଛନ୍ତି । ଆପଣ ମଧ୍ୟ ଏସବୁ କରିପାରିବେ । ଡ୍ରଇଂ କରନ୍ତୁ, ନିଜର ପସନ୍ଦର କାମ କରନ୍ତୁ । ପିଲାବେଳେ ଯାହା ଭଲ ଲାଗୁଥିଲା ଏବେ ସେଇ କାମ କରନ୍ତୁ ।

ଏହି ସମୟରେ ସେଲିବ୍ରିଟିଙ୍କ ହୋମ ୱାର୍କଆଉଟର ଭିଡିଓ ସୋସିଆଲ ମିଡିଆରେ ଫଲୋ କରନ୍ତୁ । ଯାହାକୁ ଦେଖି ଆପଣ କିଛି ନୂଆ ବ୍ୟାୟାମ ଓ ଯୋଗ ଶିଖିପାରିବେ । ସେହିପରି ଆପଣଙ୍କ ପସନ୍ଦର ସେଲିବ୍ରିଟିଙ୍କ ଠାରୁ ବିଭିନ୍ନ ମେକଅପ ଓ ବିୟୁଟି ଟିପ୍ସ ନେଇପାରିବେ । କିଛି ସିନେ ତାରକା ଏବେ ଘରେ ନୂଆ ନୂଆ ପ୍ରକାର ରୋଷେଇ କରି ଭିଡିଓ ପୋଷ୍ଟ କରୁଛନ୍ତି । ସେଥିରୁ ମଧ୍ୟ ଆପଣ ଶିଖି ଘରେ ବନାଇପାରିବେ ।

ଏହାଛଡା ଟିକଟକ, ୟୁଟ୍ୟୁବ, ହେଲୋ, ଲାଇକ ଭଳି ଆପ୍‌ରେ ସେମାନେ ନିଜ ଭିଡିଓ ପୋଷ୍ଟ କରୁଛନ୍ତି । ଆପଣ ମଧ୍ୟ ସମାନ କାମ କରିପାରିବେ । ନିଜ ଭିତରେ ଥିବା ପ୍ରତିଭାକୁ ସାମନାକୁ ଆଣନ୍ତୁ । ଗୀତ ଗାଆନ୍ତୁ କିମ୍ବା ଆକ୍ଟିଂ କରନ୍ତୁ ଅଥବା ଡ୍ୟାନ୍ସ କରି ଏହାର ଭିଡିଓ ବନାଇ ଛାଡନ୍ତୁ । ସେହିପରି ୟୁଟ୍ୟୁବରେ କିଛି ପ୍ରେରଣାଦାୟୀ ଭିଡିଓ ଦେଇପାରିବେ । ନିଜ ସଫଳତା ଓ ବିଫଳତାର କାହାଣୀ ନେଇ ଫେସବୁକରେ ଲାଇଭ କରନ୍ତୁ । ନୂଆ ନୂଆ ଖାନା ରାନ୍ଧି ୟୁଟ୍ୟୁବରେ ଭିଡିଓ ଦିଅନ୍ତୁ । ଆପଣଙ୍କ ଦର୍ଶକ ସଂଖ୍ୟା ବଢିଲେ ସଂପୃକ୍ତ ସଂସ୍ଥା ଆପଣଙ୍କୁ ଟଙ୍କା ଦେଇପାରନ୍ତି ।

ABOUT THE AUTHOR

...view details