ପାଟନା: ଦେଶରେ ଜାରି ରହିଛି କୋରୋନା ପ୍ରକୋପ । ଏପରି ସ୍ଥଳେ ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବା ପାଇଁ ମାସ୍କର ଭୂମିକା ଅତ୍ୟନ୍ତ ଗୂରୁତ୍ବପୂର୍ଣ୍ଣ । ସେନେଇ ବର୍ତ୍ତମାନ ପରିସ୍ଥିତିରେ ମାସ୍କର ଚାହିଦା ବେଶ ଅଧିକ ରହିଛି । ଆଉ ଘରୁ ବାହାରକୁ ବାହିବା ସମୟରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତା ମୂଳକ ହୋଇଛି । ନେଚେତ ଫାଇନ ପଡିବା ନେଇ ଅନେକ ରାଜ୍ୟରେ ଏହି କଟକଣା ଲାଗୁ ହୋଇଛି ।
କୋଭିଡ-19: ଫେସ ମାସ୍କରେ ଲୋକକଳାର ପ୍ରଚାର - face mask
ବିହାରର ପାଟନାରେ ଲୋକ କଳାକାରମାନେ ମାସ୍କରେ ବିଭିନ୍ନ ପ୍ରକାର ଲୋକ କଳା ଚିତ୍ର ଆଙ୍କି ପୁନଃ ବ୍ୟବହାରଯୋଗ୍ୟ ଫେସ ମାସ୍କ ତିଆରି କରୁଛନ୍ତି । ଅଧିକ ପଢନ୍ତୁ...
ସେନେଇ ବିଭିନ୍ନ ସଂସ୍ଥା, ସଂଗଠନ ଓ ବିଭାଗ ପକ୍ଷରୁ ମାସ୍କ ପ୍ରସ୍ତୁତି ଜାରି ରହିଛି । ଏପରିସ୍ଥଳରେ ବିହାରର ପାଟନାରେ ଲୋକକଳାର କଳାକାରମାନେ ମାସ୍କ ପ୍ରସ୍ତୁତ କରୁଛନ୍ତି । ଏହି ମାସ୍କରେ ମଧୁବାନୀ ଏବଂ ମଞ୍ଜୁଶା ପେଣ୍ଟିଂ ସହିତ ପୁନଃ ବ୍ୟବହାରଯୋଗ୍ୟ ଫେସ ମାସ୍କ ତିଆରି କରୁଛନ୍ତି ।
କଳାକାର ସ୍ମିତା ପର୍ଶର କହିଛନ୍ତି ଯେ, ''ବଜାରରେ ମାସ୍କ ଯୋଗାଇବାବେଳେ ଆମେ କଳା ଫର୍ମକୁ ଲୋକପ୍ରିୟ କରିପାରିବା। ଯାହାଦ୍ବାରା ଲୋକ କଳା ବିକଶିତ ହେବ । ସେ କହିଛନ୍ତି, ଆମେ ଏହି ମାସ୍କ ବ୍ୟବାହର ସମୟରେ ସୂତା ସାମଗ୍ରୀ ବ୍ୟବହାର କରୁଛୁ । ଯାହାର ବ୍ୟବହାର ଆମ ସ୍କିନ ପାଇଁ ଅତ୍ୟନ୍ତ ଆରାମ ଦାୟକ ହେବ । ତେବେ ଗୋଟିଏ ମାସ୍କର ମୂଲ୍ୟ 80ରୁ 100 ଟଙ୍କା ମଧ୍ୟରେ ରହିଛି'' ।