ଓଡିଶା

odisha

ETV Bharat / bharat

ରେକର୍ଡ ଭାଙ୍ଗୁଛି ଦିଲ୍ଲୀ ଶୀତ: ଖରାପ ପାଗ ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଜାଡରେ ଥରୁଛି ଉତ୍ତର ଭାରତ । କୋହଲା ପାଗ ସାଙ୍ଗକୁ ଘନ କୁହୁଡିରେ ଢାଙ୍କି ହୋଇଗଲାଣି ରାଜଧାନୀ । ଫଳରେ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ।

By

Published : Dec 28, 2019, 11:42 AM IST

Updated : Dec 28, 2019, 11:53 AM IST

fog affectes train movement
ଖରାପ ପାଗ ଯୋଗୁଁ ଟ୍ରେନ ଚଳାଚଳା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ପ୍ରଚଣ୍ଡ ଶୀତରେ ଥରୁଛି ଉତ୍ତର-ଭାରତ । ହାଡଭଙ୍ଗା ଶୀତରେ କଲବଲ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ । ଗତକାଲି 100 ବର୍ଷର ରେକର୍ଡ ଭାଙ୍ଗି ପାରଦ 4.2 ଖସିଥିବାବେଳେ ଆଜି ସ୍ଥିତି ଆହୁରି ସଂଗୀନ ରୂପ ନେଇଛି । ତାପମାତ୍ରା 2.4ରେ ପହଞ୍ଚିଥିବାବେଳେ କୋହଲା ପାଗକୁ ଘନ କୁହୁଡି ସମଗ୍ର ଅଞ୍ଚଳକୁ ଢାଙ୍କି ପକାଇଛି । ଫଳରେ ଶନିବାର ଦିଲ୍ଲୀରୁ ଆସିବାକୁ ଥିବା 24ଟି ଟ୍ରେନ ବିଳମ୍ବରେ ଗତି କରୁଛି ।

ଖରାପ ପାଗ ଯୋଗୁଁ ଟ୍ରେନ ଚଳାଚଳା ବାଧାପ୍ରାପ୍ତ

ଉତ୍ତର ରେଲୱେର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ ଦ୍ବାରା ଜାରି ହୋଇଥିବା ସୂଚନା ଅନୁସାରେ, ଦିଲ୍ଲୀରେ ପହଞ୍ଚିବାକୁ ଥିବା ପାଖାପାଖି 24ଟି ଟ୍ରେନ, ବର୍ତ୍ତମାନ 2 ଘଣ୍ଟା ବିଳମ୍ବରେ ଚାଲୁଛି । ଏଥିମଧ୍ୟରେ ଅନେକ ଗାଡି 4ରୁ 5 ଘଣ୍ଟା ମଧ୍ୟ ବିଳମ୍ବରେ ଚାଲିଥିବା ଜଣାପଡିଛି । ଦିଲ୍ଲୀରୁ ବାହାରିବାକୁ ଥିବା କେତେକ ଟ୍ରେନ 4 ଘଣ୍ଟା ବିଳମ୍ବରେ ଚାଲୁଥିବାବେଳେ ପ୍ୟାସେଞ୍ଜର ଗୁଡିକ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ତେବେ କେଉଁ କେଉଁ ଟ୍ରେନ କେତେ ସମୟ ବିଳମ୍ବରେ ଚାଲୁଛି ନଜର ପକାନ୍ତୁ:

  • କଟିହାର-ଅମୃତସର ଏକ୍ସପ୍ରେସ (15707) - 4 ଘଣ୍ଟା
  • ମାଲଦା-ନୂଆଦିଲ୍ଲୀ ଫରକ୍କା ଏକ୍ସପ୍ରେସ (13413) - 3 ଘଣ୍ଟା 30 ମିନିଟ
  • ପୁରୁଷୋତ୍ତମ ଏକ୍ସପ୍ରେସ (12801) -4 ଘଣ୍ଟା 15 ମିନିଟ
  • ଗୟା-ନୂଆଦିଲ୍ଲୀ ଏକ୍ସପ୍ରେସ (12397) -4 ଘଣ୍ଟା
  • ସମ୍ପର୍କ କ୍ରାନ୍ତି (12565) -2 ଘଣ୍ଟା
  • ବୈଶାଳୀ ଏକ୍ସପ୍ରେସ (12553)- 2ଘଣ୍ଟା 30 ମିନିଟ
  • ରିବା-ଆନନ୍ଦ ଏକ୍ସପ୍ରେସ (12427)- 4 ଘଣ୍ଟା
  • ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ (22823) -4 ଘଣ୍ଟା.45ମିନିଟ
  • ଜବଲପୁର-ନିଜମୁଦ୍ଦିନ ଏକ୍ସପ୍ରେସ (12192)- 4ଘଣ୍ଟା
  • ଆନନ୍ଦ ବିହାର ସଦ୍ଧଭାବନା ଏକ୍ସପ୍ରେସ (14017)- 5 ଘଣ୍ଟା
Last Updated : Dec 28, 2019, 11:53 AM IST

ABOUT THE AUTHOR

...view details