ନୂଆଦିଲ୍ଲୀ:କୁହୁଡିରେ ଧୂଆଁମୟ ହୋଇଛି ରାଜଧାନୀ ଦିଲ୍ଲୀର ଅଧା ଅଞ୍ଚଳ । ରବିବାର ସକାଳୁ ଦିଲ୍ଲୀର ଜାହାଙ୍ଗୀର ପୁରୀ ଓ ଆନନ୍ଦ ବିହାର ଚାରିଆଡ କୁହୁଡିରେ ଧୂଆଁମୟ ହୋଇଯାଇଛି । ପାଖାପାଖି 100ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନଥିବା ଦେଖିବାକୁ ମିଳିଛି ।
ରାଜଧାନୀ ଦିଲ୍ଲୀରେ ତାପମାତ୍ରା ପ୍ରାୟ 10ଡିଗ୍ରୀ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ସହ ବାୟୁ ସୂଚକାଙ୍କ ଏକ୍ୟୁଆଇ ମାନରେ 309 ରେର୍କଡ ହୋଇଛି ଯହା ଅତି ଗୁରୁତର ବୋଲି କହିଛି ସାଫାର । ଦିଲ୍ଲୀରେ ଏପରି କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ଦିଲ୍ଲାବାସୀ ।