ଲଣ୍ଡନ: ଦାରିଦ୍ର୍ୟ ମଧ୍ୟରେ ଅଣ-ସଂକ୍ରାମକ ରୋଗ ଏକ ବଡ ବିପତ୍ତି । ସେଥିରେ ବୋଝ ଉପରେ ନଳିତା ବିଡା ସାଜୁଛି କୋରୋନା । କୋଭିଡ-19 ସ୍ଥିତି ସମୟରେ ଅଣ-ସଂକ୍ରାମକ ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଏହା ଏକ ବିପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । କୋଭିଡ-19କୁ ଏକ ‘ଭର୍ଟିକାଲ୍ ରୋଗ’ ଭାବରେ ବିଶ୍ବରେ ଆକଳନ କରାଯାଉଛି । ଏହାକୁ ବର୍ଣ୍ଣନା କରିଛନ୍ତି କଲୋମ୍ବିଆ ମେଲମାନ ସ୍କୁଲର ଲେଖକ ନିନା ସ୍କାୱାଲେ, ସ୍ପାର୍କ ଷ୍ଟ୍ରିଟ୍ ଆଡଭାଇଜର୍ ସୁସାନା ଲେହତିମାକି, ନ୍ୟାସନାଲ ଅଟୋନମସ୍ ୟୁନିଭର୍ସିଟିର ଜୁଆନା ପାବଲୋ ଗୁଟିରେଜ୍ ।
ଦାରିଦ୍ର୍ୟତା ପରେ ବର୍ତ୍ତମାନ କୋଭିଡ-19 ଏକ ନୂଆ ସମସ୍ୟା ବୋଲି ସେ କହିଛନ୍ତି । ଉପରୋକ୍ତ ଉକ୍ତିଟି ବିଶେଷକରି ଆମେରିକାର କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏଠାରେ ସମୁଦାୟ ଜନସଂଖ୍ୟାରେ (18 ପ୍ରତିଶତ) ତୁଳନାରେ ଅଣ-ହିସପାନିକ କୃଷ୍ଣକାୟ ସମ୍ପ୍ରଦାୟର ଲୋକମାନଙ୍କର ଏକ ବୃହତ ପ୍ରତିଶତ (33 ପ୍ରତିଶତ) ମୃତ୍ୟୁବରଣ କରୁଛନ୍ତି ।