ଓଡିଶା

odisha

ETV Bharat / bharat

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ, ୟୁପିରେ କୋରୋନା ମାମଲା ବଢୁଥିବାବେଳେ ୟୁପି ମୁଖ୍ୟମନ୍ତ୍ରୀ ନ୍ୟୁଜ ଏବଂ ବିଜ୍ଞାପନକୁ ପରିଚାଳନା କରିବାରେ ବ୍ୟସ୍ତ ଅଛନ୍ତି ।

By

Published : Jul 25, 2020, 5:52 PM IST

corona
ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା ଗାନ୍ଧୀ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଚିଠି ଲେଖି ସେ ଅଭିଯୋଗ କରିଛନ୍ତି ଯେ, ୟୁପିରେ କୋରୋନା ମାମଲା ଦିନକୁ ଦିନ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ନ୍ୟୁଜ ଏବଂ ବିଜ୍ଞାପନକୁ ପରିଚାଳନା କରିବାରେ ବ୍ୟସ୍ତ ଅଛନ୍ତି ।

ୟୁପିରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏନେଇ ବହୁ ସମସ୍ୟା ମଧ୍ୟ ଉପୁଜୁଛି । ଏଠାରେ ବେଡ ଅଭାବ ରହିଛି । ମେଡିକାଲରେ ରୋଗୀଙ୍କର ଲମ୍ବା ଲାଇନ ଲାଗି ରହୁଛି । କୋରୋନା ମୃତ୍ୟୁ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । କାନପୁର, ଲକ୍ଷ୍ନୌ, ଗୋରଖପୁର ଏବଂ ବାରାଣାସୀ ରିପୋର୍ଟ ମଧ୍ୟ ଭଲନାହିଁ । ଏଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କିଛି ଭଲ ପରାମର୍ଶ ଦେଇଛି । ୟୁପି ସରକାର ଜିଦଖୋର ମନୋଭାବ ଛାଡି ସ୍ବଚ୍ଛ ଏବଂ ପବ୍ଲିକ ଓରିଏଣ୍ଟଟେଡ ବ୍ୟବହାର ଆପଣାନ୍ତୁ ବୋଲି ପ୍ରିୟଙ୍କା ଟ୍ବିଟ ଜରିଆରେ କହିଛନ୍ତି ।

ତେବେ ସେ ଲେଖିଥିବା ଦୁଇ ପୃଷ୍ଠା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ଯରେ କୋରୋନା ପରୀକ୍ଷଣ କମ ହେଉଛି । ଗତ ଶୁକ୍ରବାର ରାଜ୍ୟରେ 2500 ନୂଆ କୋରୋନା ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଗାଁ ସମେତ ବଡ ସହରର ମଧ୍ୟ କୋରୋନା କାୟାରେ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆପଣଙ୍କ ସରକାର ‘ନୋ ଟେଷ୍ଟ ନୋ କୋରୋନାର’ ନୀତି ଆପଣାଇଛନ୍ତି । ବର୍ତ୍ତମାନ ସ୍ଥିତି ଗମ୍ଭୀର ରୂପ ଧାରଣ କଲାଣି । କିନ୍ତୁ ଏବେ ସୁଦ୍ଧା ସ୍ବଚ୍ଛ ଭାବରେ କୋରୋନା ପରୀକ୍ଷାରେ ବୃଦ୍ଧି ଘଟିନାହିଁ । ତେବେ ଯେପର୍ଯ୍ୟନ୍ତ ପରୀକ୍ଷଣ ବୃଦ୍ଧି ହୋଇନାହିଁ, ସେ ପର୍ଯ୍ୟନ୍ତ ଆମ ଲଢେଇ ଅଧୁରା ରହିବ । ଯାହା ଆମକୁ ଏକ ବିପଦ ମୁହଁ ଆଡକୁ ଟାଣି ନେବ ।

ତେବେ ବର୍ତ୍ତମାନ ସ୍ଥିତି ଗୁରୁତର ରୂପ ଧାରଣ କରିଛି । ଏଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏହି ଯୁଦ୍ଧ ନ୍ୟୁଜ ଏବଂ ବିଜ୍ଞାପନ ପରିଚାଳନା ଦ୍ବାରା ଲଢିହେବ ନାହିଁ ବୋଲି ପ୍ରିୟଙ୍କା ଚିଠିରେ ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଜାଣିଛି ଆପଣ ମୋ ପରାମର୍ଶକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବେ, ଯେପରି ରାସ୍ତାରେ ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗାଇ ଦିଆଯାଉଥିବା ସମୟରେ ଏହା କରାଯାଇଥିଲା।

ABOUT THE AUTHOR

...view details