ହାଇଦ୍ରାବାଦ: କ୍ୟାନ୍ସର କୋଷକୁ ନଷ୍ଟ କରିବା ପାଇଁ ଅନ୍ୟ ଏକ ନୂଆ ପଦ୍ଧତି ଆବିସ୍କାର କରାଯାଇଛି । ଡିଫେନସିନ୍ ନାମକ ରୋଗନିରୋଧୀ କାରକ ମାଛି ମଧ୍ୟରେ ଥିବା ଟ୍ୟୁମରକୁ ନିରାକରଣ କରିଥାଏ । ପ୍ରାଣୀମାନଙ୍କଠାରେ ଦେଖାଯାଉଥିବା ରୋଗ ନିରୋଧୀ କାରକ ପେପଟାଇଡ୍(AMPs) ସଂକ୍ରମଣଠାରୁ ରକ୍ଷା କରିଥାଏ । ଯଦି ଏହାକୁ ନେଇ ଅଧିକ ଅଧ୍ୟୟନ କରାଯାଏ ତେବେ ଆଗକୁ କ୍ୟାନ୍ସର ନିରାକରଣ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇପାରିବ ।
ପୂର୍ବରୁ ମଧ୍ୟ ଲାବୋରେଟୋରୀରେ କ୍ୟାନ୍ସର କୋଷକୁ ମାରିବା ପାଇଁ AMPs କୋଷର ଆବିସ୍କାର କରାଯାଇଥିଲା । କିନ୍ତୁ ଏହା ସଜୀବ ପ୍ରାଣୀଙ୍କଠାରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଜଣାପଡିନଥିଲା । ଗବେଷକ ଡ୍ରୋସୋଫିଲା ମେଲାନୋଗାଷ୍ଟର ପ୍ରଜାତିର ମାଛିଙ୍କୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କରି ଏନେଇ ଗବେଷଣା କରିଥିଲେ । ଯେଉଁଥିରେ ଘାତକ ଅଣୁଜୀବଙ୍କୁ ନଷ୍ଟ କରିବା ପାଇଁ AMPs ରୋଗ ନିରୋଧୀ କାରକର ଆବିସ୍କାର କରାଗଲା ।