ଓଡିଶା

odisha

ETV Bharat / bharat

ଦକ୍ଷିଣ ଭାରତରେ ବନ୍ୟା, କେରଳରେ ପ୍ରବଳ ବର୍ଷା ଯୋଗୁଁ 5 ମୃତ - ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିତି

ଦେଶର ବିଭିନ୍ନ ଭାଗରେ ପ୍ରଳୟଙ୍କାରୀ ବର୍ଷା ଜାରି ରହିଛି । ଗୁରୁବାର କେରଳରେ ପ୍ରବଳ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ଜୀବନ ଯାଇଛି ।

କେରଳରେ ପ୍ରବଳ ବର୍ଷା ଯୋଗୁଁ 5 ମୃତ୍ୟୁ
କେରଳରେ ପ୍ରବଳ ବର୍ଷା ଯୋଗୁଁ 5 ମୃତ୍ୟୁ

By

Published : Aug 7, 2020, 11:08 AM IST

ଥିରୁଅନନ୍ତପୁରମ: କେରଳରେ ନିର୍ଦ୍ଦୁମ ଛେଚୁଛି ବର୍ଷା । ଗୁରୁବାର ଜୋରରେ ପବନ ବୋହିବା ସାଙ୍ଗକୁ ବର୍ଷା ହେବାରୁ 5 ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଜୋରରେ ପବନ ବୋହିବାରୁ ରାସ୍ତା କଡରେ ବଡ ବଡ ଗଛ ଉପୁଡି ରାସ୍ତା ଜାମ ହୋଇଥିବାର ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଘର ଭୁଶୁଡି ପଡିଛି । ସେପଟେ, 2000ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପ୍ରବଳ ବର୍ଷାରେ ଚାଲିୟର ନଦୀ ଫୁଲ ଉଠିବା ସହ ଜଳ ନିଷ୍କାସନ ହୋଇନପାରି ମାଲାପୁରମର ନିଲାବୁର ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ସମସ୍ତ ପୀଡିତ ପରିବାରଙ୍କୁ ନିଜ ନିଜ ସମ୍ପର୍କୀୟ ଘରକୁ ଯିବାରୁ ପରାମର୍ଶ ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟାରୁ ଲଗାଣ ବର୍ଷା ଲାଗି ରହିଥିବାରୁ କୋଜିକୋଡେ, ୱାୟାନାଡ ଏବଂ ମାଲାପୁରାମ ଜିଲ୍ଲାର ପୂର୍ବ ଭାଗର ଅନେକ ତଳିଆ ଅଞ୍ଚଳ ଜଳମଗ୍ନରେ ରହିଛି ।

ସେହିପରି ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଏର୍ନାକୁଲମର ନେରିଆମାଙ୍ଗାଲମ ଗାଁର ଏକ ବଣୁଆ ହାତୀ ପେରିୟର ନଦୀରେ ଭାସି ଯାଇଛି । ତ୍ରିସୂରାରେ ପ୍ରବଳ ପବନ ଯୋଗୁଁ ଅନେକ ଗଛ ଉପୁଡି ପଡିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDMA) କହିଛି ଯେ, ପାଞ୍ଚ ଜଣଙ୍କ ମୃତ୍ୟୁ ବ୍ୟତୀତ 6 ଜଣ ଆହତ ହୋଇଛନ୍ତି । 12 ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହେବା ସହ 735 ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ୱାୟନାଡ ଜିଲ୍ଲାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଠାରେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଥିରୁଅନନ୍ତପୁରମ୍ ଏବଂ ପାଲକ୍କଡରେ ଗଛ ପଡ଼ିବା କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାସାରାଗୋଡ ଜିଲ୍ଲାରେ ବୁଡ଼ି ଯାଇଥିବାରୁ ମୋଟ 1,854 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସାରା ରାଜ୍ୟରେ 20 ଟି କ୍ୟାମ୍ପ ଅଛି ବୋଲି SDMA ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details