ଓଡିଶା

odisha

ETV Bharat / bharat

ଉଛୁଳୁଛି ଯମୁନା, ଦିଲ୍ଲୀରେ ଆଲର୍ଟ - ଜଳସ୍ତର

ଉଛୁଳୁଛି ଯମୁନା । ବଢି ଚାଲିଛି ନଦୀର ଜଳସ୍ତର । ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡାଯିବା ପରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ କୂଳିଆ ଅଞ୍ଚଳ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିଗମବୋଦ୍ଧ ଘାଟରେ ପହଞ୍ଚିଥିଲେ ଆମ ଦିଲ୍ଲୀ ରିପୋର୍ଟର ଧନଞ୍ଜୟ କୁମାର...

ଉଛୁଳୁଛି ଯମୁନା, ଦିଲ୍ଲୀରେ ଆଲର୍ଟ

By

Published : Aug 19, 2019, 11:47 PM IST

ଉତ୍ତର ଦିଲ୍ଲୀ: ଦିଲ୍ଲୀର ପ୍ରମୁଖ ଶ୍ମଶାନ ନିଗମବୋଦ୍ଧ ଘାଟ । ଯେଉଁଠି ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଶବଦାହ କରାଯାଏ । ନଦୀର ଜଳସ୍ତର ବଢିବା ପରେ ଏବେ ସେଠାରେ ଜଳୁଛି ମାତ୍ର 3ଟି ଯୁଇ । ତାହା ପୁଣି ପାଣି ମଝିରେ । ଦେଖନ୍ତୁ ଦୃଶ୍ୟକୁ ଅନ୍ୟମାନେ ଅପେକ୍ଷା କରି ରହିଛନ୍ତି କେତେବେଳେ ଶବ ସତ୍କାର ସରିବ ଆଉ ସେମାନେ ଆଣିଥିବା ମୃତ ଦେହର ସଂସ୍କାର ଆରମ୍ଭ କରିବେ ।

ଉଛୁଳୁଛି ଯମୁନା, ଦିଲ୍ଲୀରେ ଆଲର୍ଟ

ଏହେଉଛି ଯମୁନା ନଦୀ କୂଳରେ ଗଢି ଉଠିଥିବା ମନ୍ଦିର । ଯେଉଁଠିକୁ ଲୋକେ ସବୁଦିନ ଯାଇ ପୂଜାର୍ଚ୍ଚନା କରନ୍ତି । ସେ ମନ୍ଦିର ଏବେ ପାଣିର ପ୍ରଖର ସ୍ରୋତରେ । ସେହିପରି ବନ୍ୟା ଆଶଙ୍କାରେ ନଦୀ ଗର୍ଭଦେଇ ଯାଇଥିବା ଲୁହା ପୋଲରେ ଯାତାୟତକୁ ବନ୍ଦ କରି ଦେଇଛି ପ୍ରଶାସନ ।

ରବିବାର ସନ୍ଧ୍ୟାରେ ହଥିନୀକୁଣ୍ଡ ବ୍ୟାରେଜରୁ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ 14 ହଜାର କ୍ୟୁସେକ ଜଳ ଛଡା ଯାଇଛି । ଫଳରେ 205.33 ମିଟର ବିପଦ ସଙ୍କୁଳ ଉପରେ ପ୍ରବାହିତ ହେଉଛି ଯମୁନା ଜଳ । ସେପଟେ ଦିଲ୍ଲୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆକଳନ ପରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଭାବିତଙ୍କ ପାଇଁ 2120 ଟେଣ୍ଟ ବ୍ୟବସ୍ଥା କରିଯାଇବେଳେ ସେଥିରେ ବିଦ୍ୟୁତ, ଖାଦ୍ୟ, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀରୁ ଧନଞ୍ଜୟ କୁମାର ଇଟିଭି ଭାରତ

ABOUT THE AUTHOR

...view details