ଓଡିଶା

odisha

ETV Bharat / bharat

ପଞ୍ଜାବକୁ ବିପଦ, ପାକିସ୍ତାନ ଛାଡୁଛି ଆବର୍ଜନା ଜଳ

ଅନ୍ତର୍ଜାତୀୟ ସୀମା‌ ନିକଟରେ ପାକିସ୍ତାନର ଗନ୍ଧା ସିଂହ ୱାଲା ଗାଁରେ ବିଭିନ୍ନ ଚମଡା କାରଖାନା ରହିଛି । ଏହିସବୁ କାରଖାନାର ଆବର୍ଜନା ଜଳ ପାକ ସତଲେଜ ନଦୀକୁ ଛାଡିଛି ।

ଡିଜାଇନ ଫଟୋ

By

Published : Aug 27, 2019, 8:39 AM IST

ଚଣ୍ଡିଗଡ: ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ବିଭିନ୍ନ ଉପାୟରେ ଭାରତକୁ ଘେରିବା ଲାଗି ଯୋଜନା କରୁଛି । ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତକୁ ଟ୍ରେନ ଓ ବସ ସେବା ସହ ବାଣିଜ୍ୟ କାରବାର ବନ୍ଦ କରିଛି । ଆଉ ଏବେ ପଞ୍ଜାବକୁ ଆବର୍ଜନା ଜଳ ଛାଡି ବନ୍ୟା ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି ।

ସତଲେଜ ନଦୀରେ ବନ୍ୟା ପରିସ୍ଥିତି

ସୂଚନାଯୋଗ୍ୟ ଯେ ପୂର୍ବରୁ ପାକିସ୍ତାନ ସତଲେଜର ସମସ୍ତ ୬ଟି ଗେଟ ଖୋଲି ଦେଇଥିଲା । ଫଳରେ ପଞ୍ଜାବର ଫି‌ରୋଜପୁରରେ ବନ୍ୟା ସୃଷ୍ଟି ହୋଇଥିଲା । ଆଉ ଏବେ ପୁଣି ରାତାରାତି ସତଲେଜକୁ ଆବର୍ଜନା ପାଣି ଛାଡି ଦେଇଛି । ଯାହା ଫଳରେ ଭାରତ-ପାକ ସୀମାରେ ବନ୍ୟା ଭଳି ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ନଦୀ ଉପରେ ନିର୍ଭରଶୀଳ ସୀମାବର୍ତ୍ତୀ ଗାଁର ଲୋକେ ନାନା ପ୍ରକାର ରୋଗରେ ପଡିବାର ଆଶଙ୍କା ଦେଖାଦେଇଛି ।

ସତଲେଜ ନଦୀରେ ବନ୍ୟା ପରିସ୍ଥିତି

ମିଳିଥିବା ସୂତ୍ର ଅନୁସାରେ ଅନ୍ତର୍ଜାତୀୟ ସୀମା‌ ନିକଟରେ ପାକିସ୍ତାନର ଗନ୍ଧା ସିଂହ ୱାଲା ଗାଁରେ ବିଭିନ୍ନ ଚମଡା କାରଖାନା ରହିଛି । ଏହିସବୁ କାରଖାନାର ଆବର୍ଜନା ଜଳ ପାକ ସତଲେଜ ନଦୀକୁ ଛାଡିଛି । ଲଗାତାର 2 ଦିନ ଏହି ପାଣି ଆସିବା ପରେ ସତଲେଜରେ ଜଳସ୍ତର ବୃଦ୍ଧି ପାଇଛି । ଏହାସହ ତେନ୍ଦିୱାଲା ନିକଟସ୍ଥ ନଦୀବନ୍ଧ ଦୁର୍ବଳ ହୋଇଯାଇଛି । ଫଳରେ ଫିରୋଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ଭୟଙ୍କର ରୂପ ନେଇଛି ।

ଏନେଇ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର ବରି‌ଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହାସହ ତେନ୍ଦିୱାଲା ନଦୀବନ୍ଧ ତିଆରି କରିବା ଦିଗରେ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ମିଶି ସେନା ତ୍ବରିତ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ୧୫ଟି ବନ୍ୟାପ୍ରବଣ ଗ୍ରାମରେ ୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୩୩୦୦ ଲୋକଙ୍କୁ ମେଡିକାଲ ସହାୟତା ଯୋଗାଯାଇଛି ।

ABOUT THE AUTHOR

...view details