ଓଡିଶା

odisha

ETV Bharat / bharat

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ,1.89 ଲକ୍ଷ ଲୋକ ପ୍ରଭାବିତ - ଆସାମରେ ବନ୍ୟା

ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଏହି ବନ୍ୟା ପାଣି ରାଜ୍ୟର 4ଟି ଜିଲ୍ଲାରେ ପଶିଛି । ଯାହା ଫଳରେ ବର୍ତ୍ତମାନ ଆସାମରେ ବନ୍ୟା କାରଣରୁ 13 ଜଣ ପ୍ରାଣ ହରାଇଲେଣି ।

flood
ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ

By

Published : Jun 26, 2020, 10:11 AM IST

ଗୌହାଟୀ: ଆସାମରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ଏହି ବନ୍ୟା ପାଣି ରାଜ୍ୟର 4ଟି ଜିଲ୍ଲାରେ ପଶିଛି । ଯାହା ଫଳରେ ବର୍ତ୍ତମାନ ଆସାମରେ ବନ୍ୟା କାରଣରୁ 13 ଲୋକ ପ୍ରାଣ ହରାଇଲେଣି ।

ଏଥିସହ ରାଜ୍ୟର ପାଖାପାଖି 1.89 ଲକ୍ଷ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଏପଟେ ଆସାମ ସରକାର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା 5 ଜିଲ୍ଲାରେ 49 ଟି ରିଲିଫ୍ କ୍ୟାମ୍ପ ସ୍ଥାପନ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପ୍ରଭାବିତ ଜିଲ୍ଲା ଅଧିକାରୀଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିକଟରେ ଶୀଘ୍ର ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ସମୟରେ କୋରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିଜ ଦୈନିକ ବୁଲେଟିନରେ କହିଛି ଯେ, ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଧମାଜୀ ଜିଲ୍ଲାରେ ଆଉ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 91 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ 19,430 ହେକ୍ଟର କୃଷି ଜମି ଜଳମଗ୍ନ ହୋଇଛି।

ABOUT THE AUTHOR

...view details