ଓଡିଶା

odisha

ETV Bharat / bharat

ଜଳ ପ୍ରଳୟ: ବନ୍ୟାରେ ପୁରା ବେହାଲ ବିହାର - ପ୍ରଳୟଙ୍କରୀ ବନ୍ୟା

ଲଗାଣ ବର୍ଷା ପରେ ବିହାରରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ସ୍ଥାନେ ସ୍ଥାନେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି।

ଫଟୋ ସୌଜନ୍ୟ- ଇଟିଭି ଭାରତ ବ୍ୟୁରୋ

By

Published : Oct 3, 2019, 10:52 AM IST

ପାଟନା: ବନ୍ୟାରେ ଉବୁଟୁବୁ ସମଗ୍ର ବିହାର । ପ୍ରଳୟଙ୍କରୀ ବନ୍ୟାରେ ବେଶି ପ୍ରଭାବିତ ହୋଇଛି ପାଟନା । ତେବେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଏଭଳି ଅବସ୍ଥା ହୋଇଛି । କିଛି ସ୍ଥାନରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସାଧାରଣ ଲୋକେ ଏବେ ବି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

ଲଗାଣ ବର୍ଷା ପରେ ବିହାରରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ସ୍ଥାନେ ସ୍ଥାନେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ଯେଉଁଠାରେ ବନ୍ୟା ତାର କରାଳ ରୂପ ଦେଖାଇଛି ସେଠାରୁ ଘରଦ୍ୱାର ଛାଡି ଲୋକେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା ବେଳେ କିଛି ସ୍ଥାନରେ ପ୍ରଶାସନ ପହଞ୍ଚି ପାରିନଥିବା ଲୋକେ ଅଭିଯୋଗ କରିଛନ୍ତି। ରାଜଧାନୀ ପାଟନାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ପୁରା ରାଜ୍ୟରେ ବନ୍ୟା ମୃତ୍ୟୁ ସଂଖ୍ୟା 40 ଟପିଥିବା ସୂଚନା ରହିଛି।

ABOUT THE AUTHOR

...view details