ଗାନ୍ଧୀନଗର: ଉଛୁଳୁଛି ନର୍ମଦା । ଧିରେଧିରେ ବଢୁଛି ନଦୀର ଜଳସ୍ତର । ଗୁଜୁରାଟ ବୋରୁଚ ଜିଲ୍ଲାର ବିପଦ ସଙ୍କୁଳ ଅବସ୍ଥାରେ ନଦୀ କୂଳିଆ ଅଞ୍ଚଳ । ଗୁଜୁରାଟରେ ପ୍ରବଳ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବେ ବି ଜଳବନ୍ଦୀ ହୋଇ ରହିଛି ।
ଗୁଜୁରାଟରେ ବନ୍ୟା ପରିସ୍ଥିତି, ବଢୁଛି ନର୍ମଦା ନଦୀ ଜଳସ୍ତର - ଗୁଜୁରାଟରେ ବନ୍ୟା ସ୍ଥିତି
ଗୁଜୁରାଟରେ ବନ୍ୟା ସ୍ଥିତି । ବଢୁଛି ନର୍ମଦା ନଦୀର ଜଳସ୍ତର । 23ଟି ଜିଲ୍ଲାର ପ୍ରାୟ 4 ହଜାର ଲୋକ ପ୍ରଭାବିତ।
![ଗୁଜୁରାଟରେ ବନ୍ୟା ପରିସ୍ଥିତି, ବଢୁଛି ନର୍ମଦା ନଦୀ ଜଳସ୍ତର](https://etvbharatimages.akamaized.net/etvbharat/prod-images/768-512-4412424-thumbnail-3x2-ghg.jpg)
ଡିଜାଇନ ଫଟୋ
23ଟି ଜିଲ୍ଲାର ପ୍ରାୟ 4 ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । 31.85 ମିଟର ପର୍ଯ୍ୟନ୍ତ ପ୍ରବାହିତ ହେଉଛି ନର୍ମଦା । ଜିଲ୍ଲାରେ 2 ଏନଡିଆରଏଫ ଟିମ ଏବଂ 1 ଏସଡିଆରଏଫ ଟିମଙ୍କୁ ନିୟୋଜିତ କରାଯାଇଛି । ଗୁଜୁରାଟରେ ମଙ୍ଗଳବାର ପ୍ରବଳ ବର୍ଷାରେ 2 ଜଣଙ୍କ ପ୍ରାଣହାନୀ ଘଟିଛି ।
ବାରୁଚ ଏବଂ ସୁରଟରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆନନ୍ଦ,ବରୋଦା,ନର୍ମଦା,ଦାଙ୍ଗ,ନଭସାରୀ,ଭଲସାଦ ଏବଂ ତପିରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।