ଓଡିଶା

odisha

By

Published : Sep 30, 2019, 8:12 PM IST

ETV Bharat / bharat

ବିହାର ବନ୍ୟା: ରିଲିଫ ଯୋଗାଣରେ ବାୟୁସେନା ହେଲିକପ୍ଟର ନିୟୋଜିତ

ବନ୍ୟାରେ ବେହାଲ ବିହାର । ଆକଶାମାର୍ଗରୁ ବନ୍ୟା ପ୍ରଭାବିତଙ୍କୁ ବାୟୁସେନା ହେଲିକପ୍ଟର ସହାୟତାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ବର୍ତ୍ତମାନ ସୁଦ୍ଧା 1700 ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ

ପାଟନା: ଗତ ପାଞ୍ଚ ଦିନ ହେଲା ପ୍ରବଳ ବର୍ଷାରେ ବିହାର ବେହାଲ । ଲଗାଣ ବର୍ଷା ଯୋଗୁ ବିହାର ରାଜଧାନୀ ପାଟନାର କିଛି ଅଞ୍ଚଳକୁ ଛାଡି ଦେଲା ବାକି ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ । ବନ୍ୟା ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା 29ଜଣଙ୍କ ପ୍ରାଣହାନୀ ଘଟିଛି । ଏହାସହ 14 ଟି ଜିଲ୍ଲାକୁ ରେଡ ଆଲର୍ଟ କରାଯାଇଛି । ଏପରି ସ୍ଥଳେ ବନ୍ୟା ପ୍ରଭାବିତଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ବାୟୁସେନା ନିୟୋଜିତ ହୋଇଛି । ସର୍ବାଧିକ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଟି ହେଲିକପ୍ଟରରେ ଆକାଶ ମାର୍ଗରୁ ଫୁଡ୍‌ ପ୍ୟାକେଟ ବଣ୍ଟନ ପ୍ରକ୍ରିୟା ଚାଲୁ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ହେଲିକପ୍ଟର ସାହାଯ୍ୟରେ କଂକଡବାଗ, ରାଜେନ୍ଦ୍ର ନଗର ପ୍ରଭୃତି ଅଞ୍ଚଳରେ ଆକାଶ ମାର୍ଗକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା 1700 ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏଥିସହ ଉଦ୍ଧାର କାର୍ଯ୍ୟ ପାଇଁ ସେନା ଏବଂ ଏନଡିଆରଏଫ, ଏସଡିଆରଏଫ୍‌ ଓ ଟ୍ରାକ୍ଟରର ସହଯୋଗ ନିଆଯାଉଛି । କେତେକ ସ୍ଥାନରେ ଡଙ୍ଗା ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ ତାଙ୍କର ରାଜେନ୍ଦ୍ରନଗର ସ୍ଥିତ ବାସଭବନରେ ପାଣି ଜମି ଯାଇଥିବା ହେତୁ ଘରୁ ବାହାରି ପାରୁନଥିଲେ । ତିନିଦିନ ପରେ ଉପ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରଙ୍କୁ ସୋମବାର ଦିନ ଉଦ୍ଧାର କରାଯାଇଛି ।

ABOUT THE AUTHOR

...view details