ଓଡିଶା

odisha

ETV Bharat / bharat

ଆନ୍ଧ୍ରପ୍ରଦେଶରେ ବନ୍ୟା: ବାସହରା ହେଲେ 75 ହଜାରରୁ ଊର୍ଦ୍ଧ୍ବ, 90 ଏନଡିଆରଏଫ୍ ଟିମ୍ ମୁତୟନ - ଆନ୍ଧ୍ରପ୍ରଦେଶ ବନ୍ୟା

ଆନ୍ଧ୍ରପ୍ରଦେଶ ବନ୍ୟାରେ ବାସହରା ହୋଇଛନ୍ତି 75 ହଜାର ଲୋକ । ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବିଷମ ହୋଇଛି ପରିସ୍ଥିତି । ରାଜ୍ୟ ସରକାର ରଖୁଛନ୍ତି ପ୍ରତି ମୂହୁର୍ତ୍ତର ଖବର ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 5, 2019, 1:00 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଜାରି ରହିଛି ବନ୍ୟାର ପ୍ରକୋପ । ବିଶେଷ କରି ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହି ଦୁଇଟି ଜିଲ୍ଲାର ମୋଟ 280 ଗାଁର 75 ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ପୂର୍ବ ଗୋଦାବରୀ ଜିଲ୍ଲାର ରାଜମେନ୍ଦ୍ରବରମ ଠାରେ ଥିବା ଧବଳେଶ୍ବରମ ବ୍ୟାରେଜରେ ଠାରେ ଏକ ନମ୍ବର ବିପଦ ସଙ୍କେତ ଦେଇଛନ୍ତି ବିଭାଗୀୟ ଅଧିକାରୀ । ଅଧିକାରୀଙ୍କ ଅନୁସାରେ, ପୂର୍ବ ଗୋଦାବରୀ ଜିଲ୍ଲାର 32ଟି ଗାଁର 52 ହଜାର 500 ଲୋକ ଏବଂ ପଶ୍ଚିମ ଗୋଦାବରୀ ଜିଲ୍ଲାର 39ଟି ଗ୍ରାମର 21 ହଜାର 568 ଲୋକ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ବନ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତିଟି ମୂହୁର୍ତ୍ତର ଖବରକୁ ନଜର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

90ଟି ଏନଡିଆରଏଫ ଟିମ ପୂର୍ବ ଗୋଦାବରୀ ଜିଲ୍ଲାରେ ମୁତୟନ ହୋଇଥିବାବେଳେ ପଶ୍ଚିମ ଗୋଦାବରୀ ଜିଲ୍ଲାରେ 30ଟି ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି । ଏହାସହ 200ଟି ଏସଡିଆରଏଫ ଟିମ ମଧ୍ୟ ବନ୍ୟା ପୀଡିତଙ୍କ ସହାୟତା ପାଇଁ ମୁତୟନ ହୋଇଛନ୍ତି ।

ABOUT THE AUTHOR

...view details