ଓଡିଶା

odisha

By

Published : Jan 1, 2021, 10:06 PM IST

ETV Bharat / bharat

ଜାନୁଆରୀ 8ରୁ ବ୍ରିଟେନକୁ ପୁନଃ ବିମାନ ସେବା ଆରମ୍ଭ

ବ୍ରିଟେନକୁ ପୁଣି ଆରମ୍ଭ ହେବା ବିମାନ ସେବା । ଜାନୁଆରୀ 8 ତାରିଖରୁ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଅଧିକ ପଢ଼ନ୍ତୁ...

flights between India & UK will resume from 8th January
ଜାନୁଆରୀ 8ରୁ ବ୍ରିଟେନକୁ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ବ୍ରିଟେନକୁ ପୁଣି ଆରମ୍ଭ ହେବା ବିମାନ ସେବା । ଜାନୁଆରୀ 8 ତାରିଖରୁ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଜାନୁଆରୀ 23 ତାରିଖ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ଯରେ ବିଭିନ୍ନ ସର୍ତ୍ତରେ ବିମାନ ଚଳାଚଳ ଜାରି ରହିବ। କୋରୋନା ଭାଇରସର ନୂଆ ଷ୍ଟ୍ରେନ ଚିହ୍ନଟ ହେବାପରେ ବିମାନ ବ୍ରିଟେନକୁ ବିମାନ ଚଳାଚଳ ରଦ୍ଦ କରିଥିଲା।

ଗୋଟିଏ ସପ୍ତାହରେ ଦୁଇ ଦେଶ ମଧ୍ୟରେ 15 ଟି ବିମାନ ଚଳାଚଳ ହେବ। ରାଜଧାନୀ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନ ବନ୍ଦରରୁ ବ୍ରିଟେନ ପାଇଁ ବିମାନ ଚଳାଚଳ କରିବ। ଜାନୁଆରୀ 23 ତାରିଖ ପରେ ଏହାକୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

କୋଭିଡ-19ର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ଡିସେମ୍ବର 31 ତାରିଖ ଯାଏଁ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ଏହି କଟକଣା ଜାନୁଆରୀ 7 ତାରିଖ ଯାଏଁ ବୃଦ୍ଧି ପାଇଥିଲା । ବ୍ରିଟେନ କୋରୋନା ସ୍ଥିତି ବଦଳିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

@ani

ABOUT THE AUTHOR

...view details