ଓଡିଶା

odisha

ETV Bharat / bharat

ଆମେରିକା ପତାକା ଉପରେ ଚାଲୁଥିଲେ ଆତଙ୍କବାଦୀ ! - air strike

ଆତଙ୍କୀମାନେ ଅନ୍ୟ ଦେଶର ଜାତୀୟ ପତାକାକୁ ନିଜ ପାଦ ତଳେ ରଖୁଥିଲେ । ଏହା ଉପରେ ସେମାନେ ଚାଲୁଥିଲେ । ବିଶେଷ କରି ଯେଉଁ ରାଷ୍ଟ୍ର ମୁସଲିମ ବିରୋଧୀ ସେହି ଦେଶର ଜାତୀୟ ପତାକା ଉପରେ ସେମାନେ ଚାଲୁଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

By

Published : Feb 27, 2019, 3:38 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଖୁଲାସା ହେଉଛି ଚାଞ୍ଚଲ୍ୟକର ତଥ୍ୟ । ଗୁଇନ୍ଦା ସୂତ୍ରରୁ ଏବେ ଧ୍ୱଂସ ହୋଇଥିବା କ୍ୟାମ୍ପର ଚିତ୍ର ପ୍ରକାଶ କରାଯାଉଛି । ଏହି ଅବସରରେ ଆତଙ୍କବାଦୀ କିପରି ଅନ୍ୟ ଦେଶର ଜାତୀୟ ପତାକାକୁ ବ୍ୟବହାର କରୁଥିଲେ ତାହା ଜଣାପଡିଛି ।

ଏହି ସୂତ୍ର ଅନୁସାରେ ଜଣାପଡିଛି ଯେ ଆତଙ୍କୀମାନେ ଅନ୍ୟ ଦେଶର ଜାତୀୟ ପତାକାକୁ ନିଜ ପାଦ ତଳେ ରଖୁଥିଲେ । ଏହା ଉପରେ ସେମାନେ ଚାଲୁଥିଲେ । ବିଶେଷ କରି ଯେଉଁ ରାଷ୍ଟ୍ର ମୁସଲିମ ବିରୋଧୀ ସେହି ଦେଶର ଜାତୀୟ ପତାକା ଉପରେ ସେମାନେ ଚାଲୁଥିଲେ । ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଧ୍ୱଂସ ପାଇଥିବା କ୍ୟାମ୍ପର ଫଟୋ ପ୍ରକାଶ ପାଇଛି ।

ସେହି ଫଟୋରେ ଦେଖାଯାଇଛି ଯେ ଜୈସ-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପର ବିଭିନ୍ନ ପାହାଚରେ ଆମେରିକା, ୟୁକେ ଏବଂ ଇସ୍ରାଏଲ ଦେଶର ପତାକା ଲଗାଯାଇଛି । ଏହାର ଅର୍ଥ ଏହିସବୁ ପତାକା ଉପରେ ଆତଙ୍କବାଦୀ ଚଳପ୍ରଚଳ କରୁଥିଲେ । ଏହା ସ୍ପଷ୍ଟ କରୁଛି ଯେ ଆମେରିକା ପ୍ରତି ଏମାନଙ୍କ ମନରେ କେତେ ଘୃଣା ଭାବ ଥିଲା ।

ରିପୋର୍ଟ ଅନୁସାରେ ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି । ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି ।

ABOUT THE AUTHOR

...view details