ଓଡିଶା

odisha

ETV Bharat / bharat

ଯୋଗରେ ସ୍ବର୍ଣ୍ଣ ବିଜୟିନୀ ଅନୁଷ୍କା... - ପାଞ୍ଚଥର ସ୍ବର୍ଣ୍ଣ ଜିତିଛନ୍ତି ଅନୁଷ୍କା

କମ ବୟସରେ ଅନ୍ତର୍ଜାତୀୟ ସ୍ତରରେ ହାତେଇଛନ୍ତି 5 ସ୍ବର୍ଣ୍ଣ ପଦକ । ପିଲାବେଳେ ଶ୍ବାସରେ ପୀଡ଼ିତ ଥିବା ଅନୁଷ୍କା ଏବେ ଅନ୍ତର୍ଜାତୀୟ ସ୍ତରରେ 5ଟି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଏହା ସହିତ ସେ ରୋଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମଧ୍ୟ ପାଇଛନ୍ତି । ତେବେ ନିଷ୍ଠା ଓ ପରିଶ୍ରମ ବଳରେ ସବୁକିଛି ସମ୍ଭବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 16, 2019, 5:22 PM IST

ରାଞ୍ଚି: ରୋଗ ନିରାକରଣ ପାଇଁ ଯୋଗକୁ ଆପଣେଇଥିଲେ । ଆଉ ଏବେ 5ଥର ସ୍ବର୍ଣ୍ଣ ପଦକ ହାତେଇ ସାରିଲେଣି ଝାଡ଼ଖଣ୍ତର ଅନୁଷ୍କା କର୍ମକାର । ନିକଟରେ କୋଡରମାରେ ହେବାକୁ ଥିବା ଅଷ୍ଟାଦଶ ରାଜ୍ୟ ଯୋଗ ଚାମ୍ପିଅନସିପରେ ଅଂଶ ଗ୍ରହଣ କରୁଛନ୍ତି । ଏହା ପୂର୍ବରୁ ସେ ଏସିଆ ଯୋଗ ଚାମ୍ପିଅନସିପରେ ପାଞ୍ଚଥର ସ୍ବର୍ଣ୍ଣ ପଦକ ହାତେଇ ସାରିଛନ୍ତି ।

ମିଳିଥିବା ସୂଚନା ମୁତାବକ 15 ବର୍ଷୀୟ ଅନୁଷ୍କା ପିଲାଦିନେ ଶ୍ବାସ ରୋଗରେ ପୀଡ଼ିତ ଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ ଯୋଗ କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଫଳରେ ପରାମର୍ଶ ମାନି ସେ ଯୋଗ କରିବା ଆରମ୍ଭ କରିଦେଇଥିଲେ । ପରେ ସେ ରୋଗରୁ ତ ମୁକ୍ତି ପାଇଗଲେ, ଏହା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୋଗ ମାଧ୍ୟମରେ ବେଶ ନାଁ କମାଇଛନ୍ତି ।

କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୋଗ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ରାଷ୍ଟ୍ରୀୟ ପୁରସ୍କାର ବ୍ୟତୀତ ଅନୁଷ୍କା ଏସିୟାନ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପରେ ପାଞ୍ଚଟି ଭିନ୍ନ ଭିନ୍ନ କାଟାଗୋରୀରେ ସ୍ବର୍ଣ୍ଣ ପଦକ ମଧ୍ୟ ହାତେଇଛନ୍ତି । ଅନୁଷ୍କା ଯୋଗ ଚାମ୍ପିଅନସିପରେ ଆସନ, ଆର୍ଟିଷ୍ଟିକ ଯୋଗ, ସୋଲୋ, ଆର୍ଟିଷ୍ଟିକ ପେୟର ଏବଂ ଫ୍ରି ଫ୍ଲୋ ଯୋଗାସନରେ ପଦକ ହାତେଇଛନ୍ତି ।

ଏନେଇ ଅନୁଷ୍କା କହିଛନ୍ତି ଯୋଗ କେବଳ ମାନସିକ ଓ ଶାରିରୀକ କ୍ଷେତ୍ରରେ ମଝଭୁତ କରିନଥାଏ, ବରଂ ଜଟିଳ ରୋଗର ମଧ୍ୟ ଚିକିତ୍ସାର ମାଧ୍ୟମ ପାଲଟିଛି । ଯୋଗ ମାଧ୍ୟମରେ ସବୁକିଛି ସମ୍ଭବ । ନିୟମିତ ଅଭ୍ୟାସ ଏବଂ କଠିନ ପରିଶ୍ରମ ବଳରେ ଯୋଗର କୌଣସି ବର୍ଗରେ ମଧ୍ୟ ସଫଳତା ହାସଲ କରିହେବ ବୋଲି ସେ କହିଥିଲେ ।

ABOUT THE AUTHOR

...view details