ନୂଆଦିଲ୍ଲୀ: 2ଦିନ ପରେ ବି ସରିନି ସାଂସଦଙ୍କ ଶପଥ ପ୍ରକ୍ରିୟା । ଏବେ ଆହୁରି 5 ନବନିର୍ବାଚିତ ସାଂସଦ ଶପଥ ନେବାକୁ ଅନାଇ ବସିଛନ୍ତି । ଏଥିରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ରହିଛନ୍ତି । ତେବେ ଆଜି (ବୁଧବାର) ସେ ଶପଥ ନେବା ନେଇ କାର୍ଯ୍ୟକ୍ରମ ରହିଛି । ହେଲେ ଗୃହ ମୁଲତବୀ ଯୋଗୁଁ ଏ ଯାଏଁ ସେ ଶପଥ ନେଇନାହାନ୍ତି ।
ଏଯାଏଁ ଶପଥ ନେଇ ନାହାନ୍ତି 5 ସାଂସଦ, ଲିଷ୍ଟରେ ଅନୁଭବ - new
ସରିନି ସାଂସଦ ଶପଥ ଉତ୍ସବ । 2 ଦିନର ଏହି ପ୍ରକ୍ରିୟାରେ ଏବେ ସୁଦ୍ଧା ଆହୁରି 5 ସାଂସଦ ସାମିଲ ହୋଇନାହାନ୍ତି । ଓଡିଶାରୁ ବିଜେଡିର ଅନୁଭବ ମହାନ୍ତି ମଧ୍ୟ ଏହି ଲିଷ୍ଟରେ ରହିଛନ୍ତି । ତେବେ ଗୃହ ମୁଲତବୀ ଯୋଗୁଁ ବୁଧବାର ବି ତାଙ୍କ ଶପଥ ଅନିଶ୍ଚିତତାରେ ରହିଛି ।
ସାଂସଦଙ୍କ ଶପଥ ଗ୍ରହଣ ପାଇଁ ଦୁଇଦିନ ନିର୍ଦ୍ଧାରିତ ହୋଇଥିଲା । ହେଲେ ଏହି ସମୟ କାଳ ମଧ୍ୟରେ କେବଳ 537 ସାଂସଦ ଶପଥ ନେଇଥିଲା ବେଳେ ଆହୁରି 5 ଜଣ ବାକି ରହିଯାଇଛନ୍ତି ।
ଏମାନଙ୍କ ମଧ୍ୟରେ ବିହାରର ପୁର୍ଣ୍ଣିଆ ଜନତା ଦଳ ସାଂସଦ ସନ୍ତୋଷ କୁମାର, କର୍ଣ୍ଣାଟକର ହସନ ଜନତା ଦଳ ସାଂସଦ ପ୍ରଜ୍ବଲ ରେବାନା, ଉତ୍ତରପ୍ରଦେଶର ଘୋଷି ବିଏସପି ସାଂସଦ ଅତୁଲ କୁମାର ସିଂ, ପଶ୍ଚିମବଙ୍ଗ ବସିହାଟ ଟିଏମସି ସାଂସଦ ନୁସରତ୍ ଜହାନ ରୂହୀ ଏବଂ ପଶ୍ଚିମବଙ୍ଗ ଜାଦବପୁରର ଟିଏମସି ସାଂସଦ ମିମୀ ଚକ୍ରବତ୍ତୀ ରହିଛନ୍ତି । ଏହା ବ୍ୟତିତ କେନ୍ଦ୍ରାପଡାର ବିଜେଡି ନବ ନିର୍ବାଚିତ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଏବେ ପର୍ଯ୍ୟନ୍ତ ଶପଥ ନେଇନାହାନ୍ତି ।