ଓଡିଶା

odisha

ETV Bharat / bharat

ଅକ୍ଟୋବର 1ରୁ 370 ଉଚ୍ଛେଦ ମାମଲାର ଶୁଣାଣି - ସୁପ୍ରିମକୋର୍ଟରେ 370 ଉଚ୍ଛେଦ ମାମଲାର ଶୁଣାଣି

ଜମ୍ମୁ କାଶ୍ମୀରରୁ ଧାରା 370 ଏବଂ 35 (ଏ) ଉଚ୍ଛେଦକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଗତ ଆବେଦନର ଶୁଣାଣି ଅକ୍ଟୋବର 1 ରୁ ହେବ । ଏଥିପାଇଁ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି।

ଫାଇଲ ଫଟୋ

By

Published : Sep 28, 2019, 9:17 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା 370 ଏବଂ 35 (ଏ) ଉଚ୍ଛେଦକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଗତ ଆବେଦନର ଶୁଣାଣି କରିବେ ସୁପ୍ରିକୋର୍ଟ । ଏଥିପାଇଁ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି। ଜଷ୍ଟିସ୍ ଏନ୍ ବି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ୍ ସଞ୍ଜୟ କିଶନ କୈଳ, ଜଷ୍ଟିସ୍ ସୁଭାଷ ରେଡ୍ଡୀ, ଜଷ୍ଚିସ୍ ବି ଆର୍ ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସାମିଲ ହେବେ । ଏହି ଖଣ୍ଡପୀଠ ଅକ୍ଟୋବର 1 ରୁ ଏହି ମାମଲାର ଶୁଣାଣି କରିବେ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୫ ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦ କରିଥିଲେ । ଏହା ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ କହିଥିଲେ, ଏଥିପାଇଁ ଖୁବଶୀଘ୍ର ଏକ ଖଣ୍ଡପୀଠ ଗଠନ କରାଯିବ । ଏହି ଖଣ୍ଡପୀଠ ଅକ୍ଟୋବରରୁ ମାମଲାର ଶୁଣାଣି କରିବେ ବୋଲି ସେ କହିଥିଲେ ।

For All Latest Updates

ABOUT THE AUTHOR

...view details